ଅନ୍ୟାନ୍ୟ

ଜାଲିଆତିରେ ଜମି ବିକ୍ରୀ ମାମଲାରେ ୪ ଜଣଙ୍କୁ କାବୁକଲା ପାଟପୁର ପୋଲିସ

ବ୍ରହ୍ମପୁର, ୧୯/୦୮/୨୦୨୨-    ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ତହସିଲର ପଟିଗୁଡା ଅଞ୍ଚଳରେ ଜାଲିଆତି କରି ଜନୈକ ମହିଳାଙ୍କ ନାମରେ ଥିବା ଜମିକୁ ଅନ୍ୟ ଜଣଙ୍କୁ ବିକି ଦେଇଥିବା ନେଇ ହୋଇଥିବା ଏତଲା ଆଧାରରେ ପାଟପୁର ଥାନା ପୋଲିସ ଜଣେ ମହିଳାଙ୍କ ସମେତ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ୧୭/୦୮/୨୦୨୨ରିଖ ସକାଳ ସମୟରେ ପଟିଗୁଡ଼ାର ଶ୍ରୀମତୀ କୁନି ବିଶ୍ୱାସରାୟ , ପିତା- ନରସିଂହ ବିଶ୍ୱାସରାୟ ପାଟପୁର ଥାନାରେ ପହଞ୍ଚି ଏକ ଲିଖିତ ଅଭିଯୋଗ କରିଥିଲେ । ତାଙ୍କ ଅଭିଯୋଗରେ ସେ ଗତ ତା ୨୮/୦୪/୨୨ ରିଖ ଦିନ ଦିଗପହଣ୍ଡି ସବ ରେଜିଷ୍ଟର ଅଫିସରୁ ଦସ୍ତାବିଜ ନକଲ ବାହାର କରିବା ପରେ ଜାଣିବାକୁ ପାଇଥିଲେ ଯେ କିଛି ଅସାଧୁ ଲୋକ ପଟିଗୁଡା ଗ୍ରାମର ହାଡ଼ିଆଣୀ ନାୟକଙ୍କୁ ସୁଭଦ୍ରା ବିଶ୍ୱାସରାୟ ଭାବେ ହାଜିରା କରାଇ ଏକ ଜାଲ ଦସ୍ତାବିଜ ପ୍ରସ୍ତୁତି ସହ ସୁଭଦ୍ରା ବିଶ୍ୱାସରାୟଙ୍କ ୫୧୯୩ ଡ଼ିସିମିଲ ଜମିକୁ ୪ ,୫୮,୯୦୦ ଟଙ୍କାରେ ହରପ୍ରିୟା ବିଶ୍ୱାସରାୟଙ୍କୁ ବିକ୍ରୀ କରିଦେଇଛନ୍ତି । ଏହା ସହ ନିଜେ ସୁଭଦ୍ରା ବିଶ୍ୱାସରାୟ ବିକ୍ରି ଟଙ୍କା ପାଇଛନ୍ତି । ଏ ନେଇ ସେ ବ୍ୟକ୍ତିଗତ ଅନୁସନ୍ଧାନ କରି ଉକ୍ତ ଜାଲିଆତି ଦସ୍ତାବିଜରେ ଜମି ବିକ୍ରିନେଇ କିଛି ଅସାଧୁ ବ୍ୟକ୍ତି ଜଡ଼ିତ ଥିବା ତଥ୍ୟ ପାଇଥିଲେ । ବିକ୍ରୟ ହୋଇଥିବା ସୁଭଦ୍ରା ବିଶ୍ୱାସରାୟଙ୍କ ଉକ୍ତ ଜମିକୁ ହରପ୍ରିୟା ବିଶ୍ୱାସରାୟଙ୍କ ନାମରେ ରେଜିଷ୍ଟେସନ କରିଦେଇଥିବା ଜଣାଯାଇଥିଲା ।  ସୁଭଦ୍ରା ବିଶ୍ୱାସରାୟ ଜଣେ ରୋଗାଗସ୍ତ ମହିଳା ଥିବାରୁ ଏହି ବିକ୍ରିରେ ସେ ସଂଶ୍ଳିଷ୍ଟ ନଥିବା ନେଇ ଥାନାରେ ଏତଲାରେ ଦର୍ଶାଇଥିଲେ ।  ଘଟଣାଟି ତାଙ୍କ ଅଜାଣତରେ ହୋଇଥିବା ସହ ସେ କେବେ ମଧ୍ୟ ଦିଗପହଣ୍ଡି ସବରେଜିଷ୍ଟ ଅଫିସକୁ ଯାଇନଥିବା କିମ୍ବା କାହାକୁ ଜମି ବିକ୍ରି କରିନଥିବା ନେଇ ଥାନାରେ ସ୍ପଷ୍ଟ ଅଭିଯୋଗ କରିଥିଲେ । ଥାନା କେସ ନଂ – ୨୬୭/ ୨୨ ଆଧାରରେ ଥାନା ଅଧିକାରୀ ତଦନ୍ତ ଆରମ୍ଭ କରିଥିଲେ । ସ୍ଥିତିର ସରଜମିନ ଅନୁସନ୍ଧାନ ଓ ତଦନ୍ତରେ ପୋଲିସ ଏହି ମାମଲାରେ ଜଡିତ ଜଣେ ମହିଳାଙ୍କ ସହ ପାଞ୍ଚ ଜଣ ସନ୍ଦିଗ୍ଧଙ୍କୁ କାବୁ କରି ନିଜ ହେପାଜତକୁ ନେଇଥିଲା । ପାଞ୍ଚ ଜଣ ସନ୍ଦିଗ୍ଧଙ୍କ ମଧ୍ୟରେ ହରପ୍ରିୟା ବିଶ୍ୱାସରାୟ, ସ୍ୱାମୀ- ସିମାଞ୍ଚଳ ବିଶ୍ୱାସରାୟ ଏବଂ ମୁଖ୍ୟ ଷଡଯନ୍ତ୍ରକାରୀ ସିମାଞ୍ଚଳ ବିଶ୍ୱାସରାୟ, ପିତା- ଶିବରାମ ବିଶ୍ୱାସରାୟ, ସାକ୍ଷୀ କାଳୁ ଚରଣ ଗୌଡ଼ , ପିତା-କହ୍ନେଇ ଗୌଡ଼ ପଟିଗୁଡାର ଅଟନ୍ତି । ଏହା ସହ ଦିଗପହଣ୍ଡି ସବରେଜିଷ୍ଟର ଅଫିସର ଦଲିଲ ଲେଖକ କମଳା କାନ୍ତ ତ୍ରିପାଠୀ ଏବଂ ଅନ୍ୟ ସାକ୍ଷୀ ଗୋକର୍ଣ୍ଣପୁର ଗ୍ରାମର ଡି. ଦଣ୍ଡପାଣି ଦୋରା ପ୍ରମୁଖଙ୍କ ଷଡଯନ୍ତ୍ରରେ ଏହା ସଂଘଟିତ ହୋଇଥିବା ଏବଂ ଅନ୍ୟ ଜଣେ ମହିଳାକୁ ନେଇ ସବ ରେଜିଷ୍ଟ୍ରି କାର୍ଯ୍ୟାଳୟରେ ସୁଭଦ୍ରା ବିଶ୍ୱାସରାୟ ଭାବେ ହାଜିରା କରାଇ ଜାଲିଆତିରେ ହରପ୍ରିୟା ବିଶ୍ୱାସରାୟ ନାମରେ ଉକ୍ତ ଜମିକୁ ରେଜିଷ୍ଟେସନ କରିଥିବା ପୋଲିସ ସମ୍ମୁଖରେ ସେମାନେ ସ୍ୱୀକାର କରିଥିଲେ । ଏ ନେଇ ପାଟପୁର ଥାନା ପକ୍ଷରୁ ଗୃହୀତ ଏତଲା କେସ ନଂ- ୨୬୭/୨୨ ୟୁ/ଏସ ୪୧୯/ ୪୨୦/ ୪୬୭/ ୪୬୮/ ୪୭୧/୧୨୦-ବି/୩୪ ରେ ପୋଲିସ ମାମଲା ରୁଜୁ କରିବା ସହ ୪ ଜଣଙ୍କୁ ପୋଲିସ ଗିରଫ କରିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com