ଅନ୍ୟାନ୍ୟ

ଲୋଚାପଡା ତଥା ଅନ୍ୟ ତିନୋଟି ଗ୍ରାମକୁ ବିଏମସିରେ ସାମିଲ କରିବା ନେଇ ଉଚ୍ଚ ନ୍ୟାୟାଳୟଙ୍କ ଆଦେଶ ଅନୁପାଳନ ଖିଲାପ

ରାଜ୍ୟ ପୌର ପ୍ରଶାସନ ନିର୍ଦ୍ଦେଶକଙ୍କ ବିରୁଦ୍ଧରେ ସହର ତଳି କ୍ରିୟାନୁଷ୍ଠାନ କମିଟି ତରଫରୁ ଅଦାଲତ ଅବମାନନା ମାମଲା ଦାୟର

ବ୍ରହ୍ମପୁର, ୧୯/୦୮/୨୦୨୨-  ଏବେ ନୁହେଁ ତ କେବେ ନୁହେଁ ନୀତି ଆଧାରରେ ଦୀର୍ଘ ୧୩ ବର୍ଷ ହେଲା ବିଭିନ୍ନ ପର୍ଯ୍ୟାୟରେ ଆନ୍ଦୋଳନ କରିଆସୁଛି ବ୍ରହ୍ମପୁର ମହାନଗର ନିଗମର ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟି ।  ବ୍ରହ୍ମପୁର ସନ୍ନିକଟ ଅଞ୍ଚଳ ତଥା ପାର୍ଶ୍ଵବର୍ତ୍ତୀ ୧୮ ଟି ପଞ୍ଚାୟତକୁ ବ୍ରହ୍ମପୁର ମହାନଗର ନିଗମରେ ସାମିଲ କରିବା ଉଦ୍ଦେଶ୍ୟରେ ଏହି ଆନ୍ଦୋଳନ ଚାଲିଆସୁଛି । ସରକାରୀ, ପ୍ରଶାସନିକ ଏବଂ ରାଜନୈତିକ ସ୍ତରରେ ସମସ୍ତ ପ୍ରକାର ଚେଷ୍ଟା ସତ୍ତ୍ୱେ ଦାବି ପୂରଣ କରିବାରେ ସରକାର ଟାଳଟୁଳ ନୀତି ଆପଣେଇ ଚାଲିବାରୁ ବାଧ୍ୟ ହୋଇ କମିଟି ତରଫରୁ ୧୨/୧୨/୨୦୨୧ ରେ କେସ ନଂ ୪୧୪୪୧ /୨୦୨୧ ରେ ଏନେଇ  ହାଇ କୋର୍ଟଙ୍କ ହସ୍ତକ୍ଷେପ ଆବେଦନ କରାଯାଇ ଏକ ରିଟ ଯାଚିକା ଦାୟର କରାଯାଇଥିଲା ।  ଉଚ୍ଚ ନ୍ୟାୟାଳୟ କମିଟି ପକ୍ଷରୁ ଦାୟର ରିଟ ଯାଚିକର ବିଚାର କରି  ୧୧/୧/୨୦୨୨ ନିଜ ରାୟ ଶୁଣାଇଥିଲେ । ନିଜ ରାୟରେ  ବିଚାରପତି  ବିଶ୍ଵନାଥ ରଥ ରାଜ୍ୟ ଗୃହ ଏବଂ ନଗର ଉନ୍ନୟନ ବିଭାଗ ଅଧୀନସ୍ଥ ପୌର ପ୍ରଶାସନ ନିର୍ଦ୍ଦେଶକଙ୍କୁ ମିଶ୍ରଣ ସକାଶେ ଇଚ୍ଛା ଜାହିର କରି ରେଜୋଲୁସନ ପାସ କରି ଦେଇଥିବା ଲୋଚାପଡା ଗ୍ରାମ ପଞ୍ଚାୟତ ତଥା ଅନ୍ୟ ତିନୋଟି ଗ୍ରାମ ବଡ କୁଶସ୍ଥଳି ଗ୍ରାମ ପଞ୍ଚାୟତର ସାନ କୁଶସ୍ଥଳି ଗ୍ରାମ ,ଗଞ୍ଜୁ ପଞ୍ଚାୟତର ବ୍ରାହ୍ମଣପଲ୍ଲି ଗ୍ରାମ ଓ ଗୋଳାବନ୍ଧ ଗ୍ରାମ ପଞ୍ଚାୟତର ଗୋଳାବନ୍ଧ ଆର୍ମି ଟ୍ରେନିଙ୍ଗ ସ୍କୁଲ ଆଦିକୁ ତିନି ମାସ ମଧ୍ୟରେ ସାମିଲ ନେଇ ରହିଥିବା ସମସ୍ତ ପକ୍ରିୟା ସାରିବାକୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଇତି ମଧ୍ୟରେ ଆଦେଶ  ପାଇବାର ୬ ମାସ ଅତିକ୍ରାନ୍ତ ହୋଇ ସାରିଥିଲେ ମଧ୍ୟ ଡାଇରେକ୍ଟର ମ୍ୟୁନିସିପାଲ ଆଡିମିନିଷ୍ଟ୍ରେସନ ମିଶ୍ରଣ ସଂକ୍ରାନ୍ତରେ କୌଣସି ଠୋସ ପଦକ୍ଷେପ ନେବାରେ ବିଫଳ ରହିଛନ୍ତି ।  ଜାଣିଶୁଣି  ଅଦାଲତଙ୍କ ନିର୍ଦ୍ଦେଶକୁ ପାଳନ କରିବାରେ ଅବହେଳା ପ୍ରଦର୍ଶନ କରି ନୀରବତା ଅବଲମ୍ବନ କରି ଆସିଥିବାରୁ ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟି ତରଫରୁ ରାଜ୍ୟ ପୌର ନିର୍ଦ୍ଦେଶକ  ସଂଗ୍ରାମ ଜିତ ନାୟକଙ୍କ ବିରୋଧରେ ଗତ ୫/୮/୨୦୨୨ ରେ  କଣ୍ଟେନପ୍ଟ ନଂ ୫୧୩୯/୨୦୨୨ ରେ ହାଇକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରାଯାଇ ଅଦାଲତ ଅବମାନନା ମାମଲା ଦାୟର କରାଯାଇଛି । ଖୁବ୍ ଶୀଘ୍ର ଏହି ମାମଲା ବିଚାର ପାଇଁ ଅଦାଲତକୁ ଆସିବ ତେବେ ଯାଇ ସରକାର ଏନେଇ କଣ ପଦକ୍ଷେପ ନେଇଛନ୍ତି କିମ୍ବା ନେବାକୁ ଯାଉଛନ୍ତି ସାର୍ବଜନୀନ ଭାବରେ ଜଣାପଡ଼ିବ ବୋଲି କମିଟି ସଭାପତି ସଞ୍ଜୀବ କୁମାର ପଟ୍ଟନାୟକ କହିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com