ଜାତୀୟରାଜନୀତି

ଆମେ ଭାରତ ସହ ସ୍ଥାୟୀ ଶାନ୍ତି ଚାଁହୁଛୁ: ପାକିସ୍ତାନ ପ୍ରଧାନମନ୍ତ୍ରୀ

ଭାରତ-ପାକିସ୍ତାନ ସୀମାରେ ଚାଲିଥିବା ଅଶାନ୍ତି ମଧ୍ୟରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ କହିଛନ୍ତି ଯେ ଯୁଦ୍ଧ କୌଣସି ଦେଶ ପାଇଁ ବିକଳ୍ପ ନୁହେଁ | ପ୍ରଧାନମନ୍ତ୍ରୀ ଶେହବାଜ ସରିଫ କହିଛନ୍ତି ଯେ ଆମେ ଭାରତ ସହିତ ସ୍ଥାୟୀ ଶାନ୍ତି ଚାହୁଁଛୁ। ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ କହିଛନ୍ତି ଯେ କୌଣସି ଦେଶ ପାଇଁ ଯୁଦ୍ଧ ସବୁଠୁ ବଡ ସମସ୍ୟା ହୋଇଥିବାରୁ ଆଲୋଚନା ମାଧ୍ୟମରେ ପାକିସ୍ତାନ ଭାରତ ସହ “ସ୍ଥାୟୀ ଶାନ୍ତି” ଚାହୁଁଛି। କାରଣ କଶ୍ମୀର ସମସ୍ୟାର ସମାଧାନ ପାଇଁ ଯୁଦ୍ଧ ବିକଳ୍ପ ନୁହେଁ । ହାର୍ଭାର୍ଡ ବିଶ୍ୱବିଦ୍ୟାଳୟର ଏକ ଛାତ୍ର ପ୍ରତିନିଧି ଦଳ ସହିତ କଥାବାର୍ତ୍ତା କରି ପ୍ରଧାନମନ୍ତ୍ରୀ ସରିଫ କହିଛନ୍ତି ଯେ ଜାତିସଂଘର ସଂକଳ୍ପ ଅନୁଯାୟୀ କାଶ୍ମୀର ସମସ୍ୟାର ସମାଧାନ ପାଇଁ ସ୍ଥାୟୀ ଶାନ୍ତି ଆବଶ୍ୟକ।

“ଆମେ ଆଲୋଚନା ମାଧ୍ୟମରେ ଭାରତ ସହିତ ସ୍ଥାୟୀ ଶାନ୍ତି ଚାହୁଁ, କାରଣ ଯୁଦ୍ଧ କୌଣସି ଦେଶ ପାଇଁ ବିକଳ୍ପ ନୁହେଁ। ଏହି ଆଲୋଚନା ସମୟରେ ଶେହବାଜ ସରିଫ କହିଛନ୍ତି ଯେ ଇସଲାମାବାଦ ଏବଂ ନୂଆଦିଲ୍ଲୀ ବାଣିଜ୍ୟ, ଅର୍ଥନୀତି ଏବଂ ସେମାନଙ୍କ ଲୋକଙ୍କ ସ୍ଥିତିରେ ଉନ୍ନତି ଆଣିବା ପାଇଁ କାମ କରିବା ଉଚିତ।

Related Articles

Back to top button
WP Twitter Auto Publish Powered By : XYZScripts.com