ଓଡ଼ିଶା

ବନ୍ୟା ପ୍ରଭାବିତଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କଲେ କଂଗ୍ରେସ ବିଧାୟକ ସୁର ରାଉତରାୟ

ବାଲିପାଟଣା /ବାଲିଅନ୍ତା, ଭୁବନେଶ୍ୱର, ୨୨/୦୮/୨୦୨୨-    ଚଳିତ ବର୍ଷ ବନ୍ୟାରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ବାଲିପାଟଣା ବ୍ଲକ ଅନ୍ତର୍ଗତ ଆଳେଶି ଗ୍ରାମ ପଞ୍ଚାୟତର ବେଲମରା ଗ୍ରାମ, ପମ୍ପ୍ପାଲ ପଞ୍ଚାୟତର ଗରିଆ, ଟିକିପଡା । ଏହି ପଞ୍ଚାୟତ ଗୁଡିକରେ ଜନ ସାଧାରଣଙ୍କ ଠାରୁ ଆରମ୍ଭ କରି ହଜାର ହଜାର ଏକର ଚାଷ ଜମି ଓ ପଶୁପକ୍ଷୀ କ୍ଷତିଗ୍ରସ୍ତ ହୋଇଛନ୍ତି ।  କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ ଏହି ସବୁ ଗ୍ରାମରେ ପହଞ୍ଚି ବନ୍ୟା ପ୍ରପୀଡିତମାନଙ୍କୁ ଭେଟିବା ସହିତ ଶୁଖିଲା ଖାଦ୍ୟ ଓ ରାସନ ସାମଗ୍ରୀ ବଣ୍ଟନ କରିଥିଲେ । ଏଥିରେ ବାଲିପାଟଣା ବ୍ଲକ ସଭାପତି ବଟକୃଷ୍ଣ ରାଉତରାୟ, ବାଲିଅନ୍ତା ବ୍ଲକ କୃଷକ ସେଲ ସଭାପତି ରଞ୍ଜନ କୁମାର ଭୋଇ, ଅମୁଲ ଭୋଇ, ଅଜିତ ପ୍ରଧାନ, ବେଣୁଧର ଭୋଇ ପ୍ରମୁଖ ଉପସ୍ଥିତ ଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com