କ୍ରୀଡ଼ା

ଓଡିଶା ଆୟୋଜନ କରିବ ୨୦୨୩ ପୁରୁଷ ହକି ବିଶ୍ୱକପ୍

ଅଧିକ ଆକର୍ଷଣୀୟ କରିବାକୁ ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି

ଭୁବନେଶ୍ୱର, ୨୨/୦୮/୨୦୨୨-     ୨୦୨୩ ମସିହାରେ ପୁରୁଷ ବିଶ୍ୱକପ ହକି ଆୟୋଜନ ଜରିଆରେ ଓଡିଶା ହକି ଇତିହାସରେ ଏକ ମାଇଲଖୁଣ୍ଟ ସ୍ଥାପନ କରିବାକୁ ଯାଉଛି । ୨୦୧୮ ମସିହାରେ ସଫଳତା ପୂର୍ବକ ପୁରୁଷ ହକି ବିଶ୍ୱକପ୍  ପରେ ଓଡିଶା ୨ୟ ଥର ଏହା ଆୟୋଜନ କରିବାକୁ ଯାଉଛି । ଏନେଇ ସୋମବାର  ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ପୂର୍ବ ସଂସ୍କରଣଠାରୁ ଏଥର ଆହୁରି ବଡ ଭାବେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯିବ । ସେଥିପାଇଁ ମୁଖ୍ୟମନ୍ତ୍ରୀ ସ୍ତରରେ ଏକ ବୈଠକ ଆୟୋଜିତ ହୋଇଛି । ଲୋକସେବା ଭବନରେ ଆୟୋଜିତ ହୋଇଥିବା ଏହି ବୈଠକରେ ମୁଖ୍ୟଶାସନ ସଚିବ ସୁରେଶ ମହାପାତ୍ର, ୫ଟି ସଚିବ ଭିକେ ପାଣ୍ଡିଆନ ଓ ବିଭିନ୍ନ ବିଭାଗର ମୁଖ୍ୟମାନେ ଯୋଗ ଦେଇଥିଲେ । ଭିଡିଓ କନଫରେନ୍ସିଂ ମାଧ୍ୟମରେ କଟକ ଓ ରାଉରକେଲା ପ୍ରଶାସନ ମଧ୍ୟ ଯୋଗ ଦେଇଥିଲେ । ଏହି ଟୁର୍ଣ୍ଣାମେଣ୍ଟ ଏକାସାଙ୍ଗରେ ୨ଟି ସହର କଟକ ଏବଂ ରାଉରକେଲାରେ ଅନୁଷ୍ଠିତ ହେବ । ଏନେଇ ସୁରେଶ ମହାପାତ୍ର କହିଥିଲେ, ଖେଳାଳି, ଅଧିକାରୀ ଓ ଦର୍ଶକମାନଙ୍କ ପାଇଁ ଏହା ଏକ ସ୍ମରଣୀୟ ବିଶ୍ୱକପ ହେବ ବୋଲି ଆମେ ପ୍ରୟାସ କରୁଛୁ । ଆମେ ଉତ୍ସାହର ସହ ବିଶ୍ୱର ଶ୍ରେଷ୍ଠ ଦଳଗୁଡିକୁ ସ୍ୱାଗତ କରିବାକୁ ପ୍ରସ୍ତୁତ ଅଛୁ । ଏହି ବିଶ୍ୱକପରେ ରାଜ୍ୟର କଳା, ଐତିହ୍ୟ ଓ ସଂସ୍କୃତିକୁ ପ୍ରଦର୍ଶନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ରହିଛି । ୨୦୧୭ରେ ହୋଇଥିବା ଏସିଆନ ଆଥଲେଟିକ୍ସ ଚାମ୍ପିୟନସିପରେ ମଧ୍ୟ ରାଜ୍ୟ ଅନେକ ସଫଳତା ପାଇଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com