ଓଡ଼ିଶା

ସୁବର୍ଣ୍ଣରେଖାରେ ଜଳସ୍ତର ସ୍ଥିର , ପରିସ୍ଥିତି ମୁକାବିଲା ପାଇଁ ସରକାର ପ୍ରସ୍ତୁତ

ବନ୍ୟା ଆସିଥିଲେ ବି ଗତ ୮ଘଣ୍ଟା ଧରି ସୁବର୍ଣ୍ଣରେଖାର ଜଳସ୍ତର ସ୍ଥିର ଅଛି ।  ସୁବର୍ଣ୍ଣରେଖାରେ  କୌଣସି ଘାଇ ହୋଇନାହିଁ । କୌଣସି ସ୍ଥାନରେ ଘାଇ ହେଲେ ବାଲି ବସ୍ତା ପ୍ରସ୍ତୁତ ରହିଛି । ବନ୍ୟା ସ୍ଥିତି ଉପୁଜିଲେ ମୁକାବିଲା ପାଇଁ ଜଳସମ୍ପଦ ବିଭାଗ ପ୍ରସ୍ତୁତ ଥିବା କହିଛନ୍ତି ବିଭାଗୀୟ  ମନ୍ତ୍ରୀ ଟୁକୁନି ସାହୁ । ରାଜ୍ୟର ବନ୍ୟା ସ୍ଥିତିକୁ ନେଇ ଅନୁଷ୍ଠିତ ସମୀକ୍ଷା ବୈଠକରେ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଅଧ୍ୟକ୍ଷତା କରି କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ଜିରୋ କାଜୁଆଲିଟିକୁ ଗୁରୁତ୍ବ ଦିଆଯାଉଛି ।  ବସ୍ତା, ବାଲିଆପାଳ ସମେତ ତଳି ଅଂଚଳରେ ପାଣି ପଶିଛି । ତଳିଆ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ଅନ୍ୟ ନଦୀ ଗୁଡିକରେ ବନ୍ୟା ଜଳ କମିବା ଆରମ୍ଭ ହୋଇଛି । ପରିସ୍ଥିତି ଉପରେ ନଜର ରଖାଯାଇଛି । ଯେହେତୁ ଆଜି ଦିନଟି ଗୁରୁତ୍ୱପୂର୍ଣ୍ଣ ଥିବାରୁ ସମସ୍ତେ ସଜାଗ ରହିଛନ୍ତି । ନାଇଟ ପେଟ୍ରୋଲିଂ ମଧ୍ୟ କରାଯାଉଛି ।ଝାଡଖଣ୍ଡ ଗାଲୁଡିହ ଡ୍ୟାମ୍‌ରୁ ପାଣି ଆସିବା ପରେ ସୁବର୍ଣ୍ଣରେଖା ନଦୀ ଫୁଲିବାରେ ଲାଗିଥିଲା । ଫଳରେ ବାଲେଶ୍ବର ଓ ମୟୂରଭଞ୍ଜ ଜିଲ୍ଲାରେ ବଡ ଧରଣର ବନ୍ୟା ଆଶଙ୍କା ଦେଖାଦେଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com