ବାଣିଜ୍ୟ

ଗଞ୍ଜାମ ଜିଲ୍ଲା ସମିତି ଦ୍ୱାରା “ବିଶ୍ୱ ଉଦ୍ୟୋଗୀ ଦିବସ” ପାଳିତ

ବ୍ରହ୍ମପୁର, ୨୨/୦୮/୨୦୨୨-   ସ୍ୱାବଲମ୍ବୀ ଭାରତ ଅଭିଯାନ ଗଞ୍ଜାମ ଜିଲ୍ଲା ସମିତି ଦ୍ୱାରା ଅଗଷ୍ଟ ୨୧ ତାରିଖ ରେ “ବିଶ୍ୱ ଉଦ୍ୟୋଗୀ ଦିବସ” ପାଳିତ ହୋଇଯାଇଛି l ସ୍ଥାନୀୟ ଇନଷ୍ଟିଚୁଟ ଅଫ କଷ୍ଟ ଆକାଉଣ୍ଟାଣ୍ଟ ଠାରେ ମାର୍ଗଦର୍ଶକ ଭଗବାନ ତ୍ରିପାଠୀ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ବରିଷ୍ଠ ଚାର୍ଟର୍ଡ଼ ଆକାଉଟାଣ୍ଟ ପ୍ରମୋଦ ପଣ୍ଡା, ଜିଲ୍ଲା ସଂଯୋଜକ ତଥା ଏ.ଜି.ଏମ ଫାଇନାନ୍ସ  TPSODL ବ୍ରହ୍ମପୁରର ବିନୋଦ ବିହାରୀ ନାୟକ, ଚାର୍ଟର୍ଡ଼ ଆକାଉଟାଣ୍ଟ ତଥା ମହାନଗର ସଂଯୋଜକ ସୁଶୀଳ ପଟ୍ଟନାୟକ, ସ୍ୱାବଲମ୍ବୀ ଭାରତ ଅଭିଯାନର ପ୍ରାନ୍ତ ପ୍ରମୁଖ ପ୍ରସନ୍ନ ଛୋଟରାୟ ପ୍ରମୁଖ ଯୋଗଦେଇଥିଲେ l ତିନିଜଣ ଉଦ୍ୟୋଗୀ କଙ୍କରଦାର ଅରୀକ୍ଷିତ ପ୍ରଧାନ, ବ୍ରହ୍ମପୁରର ସରୋଜ ପଣ୍ଡା, ଛତ୍ରପୁରର ଗଣେଶ ବେହେରା ନିଜେ ଉଦ୍ୟୋଗୀ ହେବାର ଅନୁଭୂତି ସମସ୍ତଙ୍କ ଆଗରେ କହିଥିଲେ l ଆଡ଼ଭୋକେଟ ପଦ୍ମଚରଣ ସାହୁ, କୋଷାଧ୍ୟକ୍ଷ ଜି.ଭି.ଏସ ରାଜେନ୍ଦ୍ର, ପି. ରାମାରାଓ ସୁବୁଦ୍ଧି, ଡ଼ଃ ଅରୁଣ ପାଢ଼ୀ, ଗୋପାଳ ସ୍ୱାଇଁ, ପୀତବାସ ସାହୁ, ମିଳନ ମହାପାତ୍ର, ବିଜୟ ସାହୁ, ଉମାଚରଣ ପାତ୍ର, ତୁତୁନ ପାତ୍ର, ଲକ୍ଷ୍ମୀକାନ୍ତ ପଣ୍ଡା, ସରିତା ପଣ୍ଡାଙ୍କ ସମେତ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଯୋଗଦେଇଥିଲେ l

Related Articles

Back to top button
WP Twitter Auto Publish Powered By : XYZScripts.com