ଓଡ଼ିଶା

ବ୍ରହ୍ମପୁରରେ ସାଧୁବେଶ ସାଜି ବୁଲୁଛନ୍ତି ସନ୍ଦିଗ୍ଧ

ବ୍ରହ୍ମପୁର, ୨୩/୦୮/୨୦୨୨-   ମଙ୍ଗଳବାର ପୂର୍ବାହ୍ନ ସମୟରେ ଗଜପତି ନଗର, ବିଦ୍ୟୁତ ପୁରୀ, ଜୟପ୍ରକାଶ ନଗର ଆଦି ଅଞ୍ଚଳରେ  ୭ ଜଣ ନାଗା ସାଧୁ ସନ୍ଦିଗ୍ଧ ଅବସ୍ଥାରେ ବୁଲୁଥିବା ବେଳେ ସେଠାରେ ସ୍ଥାନୀୟ ଲୋକେ ଏବଂ ବଜରଙ୍ଗ ଦଳ ସଦସ୍ୟମାନେ  ଉକ୍ତ ସନ୍ଦିଗ୍ଧଙ୍କୁ କାବୁ କରିଥିଲେ । ଖବର ପାଇ ବୈଦ୍ୟନାଥ ଥାନା ପୋଲିସ ପହଞ୍ଚି ଉକ୍ତ 7 ଜଣ ଙ୍କୁ ଥାନାକୁ ନେଇଆସିଥିଲା । ଏହି ଲୋକମାନେ ହିନ୍ଦୀ ଭାଷାରେ କଥା ହେଉଥିବା ବେଳେ ଚୋରି କରିବା ଲକ୍ଷ୍ୟରେ ଘୁରି ବୁଲୁଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ତେବେ ସେହି ବ୍ୟକ୍ତି ମାନଙ୍କୁ ପଚରାଉଚରା ପରେ ବାବା ବେଶରେ ଲୋକଙ୍କ ବିଶ୍ୱାସ ଜନ୍ମାଇ ଉଦ୍ୟମ କରୁଥିବା ଜଣାପଡିଛି । ଏମାନେ ନାଗା ବାବା ନୁହଁନ୍ତି ରୋହିଙ୍ଗିଆ ସମ୍ପ୍ରଦାୟର ବୋଲି ଅଭିଯୋଗ ହୋଇଛି । ଉକ୍ତ ବ୍ୟକ୍ତିମାନେ କେଉଁଠାରୁ ଆସିଛନ୍ତି ଓ କେତେ ପରିମାଣରେ ଆସିଛନ୍ତି ସହରକୁ ତାହାକୁ ନେଇ ତଦନ୍ତ କରୁଛି ପୋଲିସ । ଯଦି ଉକ୍ତ ଵ୍ୟକ୍ତି ମାନେ ରୋହିଙ୍ଗିଆ ସମ୍ପ୍ରଦାୟର ଅଟନ୍ତି ତେବେ ଏହା ସହର ବାସୀଙ୍କ ନିମନ୍ତେ ସତର୍କ ଘଣ୍ଟି ଅଟେ। ଏମାନେ ସାଧୁବେଶରେ ବୁଲିବା ସହିତ ଲୁଟ, ହତ୍ୟା ଡକାୟତି, ରାହାଯାନୀ ଭଳି ବହୁ ଅସାମାଜିକ କାର୍ଯ୍ୟ କଲାପରେ ଲିପ୍ତ ରହିଥାନ୍ତି । ତେଣୁ ଏମାନଙ୍କୁ ଠାରୁ ସାବଧାନ ରହିବାକୁ ବାରମ୍ବାର ପୋଲିସ ପକ୍ଷରୁ ସଚେତନ କରାଯାଇଛି । ପୋଲିସ ପ୍ରଶାସନ ମଧ୍ୟ ଏଥିପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com