ବାଣିଜ୍ୟ

ଫୋନ ବ୍ୟାଙ୍କିଙ୍ଗ ସେଣ୍ଟରକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୩/୦୮/୨୦୨୨-    ଆଇସିଆଇସିଆଇ ବ୍ୟାଙ୍କର ଷ୍ଟେଟ ଅଫ ଦ ଆର୍ଟ ଫୋନ ବ୍ୟାଙ୍କିଙ୍ଗ ସେଣ୍ଟରକୁ  ମୈତ୍ରୀ ବିହାରଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି । ଏହି ବ୍ୟାଙ୍କ କୃତ୍ରିମ ବୁଦ୍ଧିମତ୍ତା ଏବଂ ରୋବୋଟିକସରେ ପରିଚାଳିତ ହେବ ।  ବ୍ୟାଙ୍କିଙ୍ଗ ବ୍ୟବସ୍ଥାରେ ଏଭଳି ଆଧୁନିକ ଜ୍ଞାନେକୗଶଳ ବ୍ୟବହାର କରିଥିବାରୁ ମୁଖ୍ୟମନ୍ତ୍ରୀ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଦେଇଥିଲେ । ଏହି ସେଣ୍ଟରରେ ୧୨୦୦ ଜଣଙ୍କୁ ନିଯୁକ୍ତି ମିଳିବ । ଏଥିରୁ ୬୦% ମହିଳା ରହିବେ । ସାରା ଦେଶର ଖୁଚୁରା ଗ୍ରାହକଙ୍କ ସହ କର୍ପୋରେଟ ହାଉସ ମଧ୍ୟ ଏଠାରୁ ବ୍ୟାଙ୍କି ସେବା ପାଇପାରିବେ ।
ଅଧିକରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଦେଇଛନ୍ତି । ଏହି ଉଦଘାଟନୀ ଉତ୍ସବରେ ୫ଟି ସଚିବ ଭି କେ ପାଣ୍ଡିଆନ ଉପସ୍ଥିତ ଏବଂ ଆଇସିଆଇସିଆଇ ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସନ୍ଦୀପ ବାତ୍ରା ଉତ୍ସବରେ ସ୍ବାଗତ ଭାଷଣ ଦେଇଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com