ଅନ୍ୟାନ୍ୟ

ସ୍ୱାମୀ ବିକିଦେଲା ସ୍ତ୍ରୀ କିଡନୀ

ମାଲକାନଗିରି, ୨୪/୦୮/୨୦୨୨-   ଚିକିତ୍ସା ବାହାନାରେ ଡାକ୍ତରଖାନା ନେଇ ସ୍ୱାମୀ କିଡନୀ ବିକ୍ରି କରିଦେଇଥିବା ଭଳି ସଂଗୀନ ଅଭିଯୋଗ ଆଣିଛନ୍ତି ପତ୍ନୀ । ଘଟଣାଟି ଘଟିଛି ମାଲକାନଗିରି ଟାଉନଥାନା ଅଞ୍ଚଳରେ । ୨୦୧୮ ମସିହାରେ ପ୍ରଶାନ୍ତ କୁଣ୍ଡୁ ନାମକ ଜଣେ ବ୍ୟକ୍ତି ନିଜ ସ୍ତ୍ରୀ ରଞ୍ଜିତା କୁଣ୍ଡୁଙ୍କୁ ଚିକିତ୍ସା କରିବାକୁ କହି ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନା ନେଇଥିଲେ । ଡାକ୍ତରଖାନାରୁ ଫେରିବା ପରେ ସେ ବାପଘରେ ରହିଆସୁଥିଲେ । ପରେ ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରୁ ଡାକ୍ତରଖାନାରେ ଦେଖାଇବା ପରେ ତାଙ୍କର ଏକ କିଡନୀ ନଥିବା ଜଣାପଡ଼ିଥିଲା । ତେବେ ଏମଭି-୩୮ ଗାଁର ଜଣେ ବ୍ୟକ୍ତିଙ୍କୁ ସ୍ୱାମୀ ପ୍ରଶାନ୍ତ କିଡନୀ ବିକ୍ରି କରିଦେଇଥିବା ଅଭିଯୋଗ ହୋଇଛି । ଏନେଇ ପୋଲିସରେ  ଅଭିଯୋଗ ପରେ ତଦନ୍ତ ଆରମ୍ଭ ହୋଇଛି ।  ୧୨ ବର୍ଷ ତଳେ ପ୍ରଶାନ୍ତ, ରଞ୍ଜିତାଙ୍କୁ ବିବାହ କରିଥିଲେ । ଉଭୟଙ୍କର ଦୁଇଟି ସନ୍ତାନ ରହିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com