ଓଡ଼ିଶାଜାତୀୟଶିକ୍ଷାସ୍ୱାସ୍ଥ୍ୟ

କେନ୍ଦୁଝର ସରକାରୀ ମେଡିକାଲ କଲେଜରେ ଚଳିତ ୨୦୨୨-୨୩ ବର୍ଷରୁ ପାଠପଢା

କେନ୍ଦୁଝର, ୨୪/୦୮/୨୦୨୨-   କେନ୍ଦୁଝରଠାରେ ନିର୍ମାଣଧୀନ ସରକାରୀ ମେଡିକାଲ କଲେଜରେ ଚଳିତ ୨୦୨୨-୨୩ ବର୍ଷରୁ ନାମଲେଖା ନିମନ୍ତେ ନ୍ୟାସନାଲ ମେଡିକାଲ କମିଶନର, ମେଡିକାଲ ଆସେସମେଣ୍ଟ ଆଣ୍ଡ ରେଟିଙ୍ଗ ବୋର୍ଡ  ଅଣ୍ଡର ଗ୍ରାଜୁଏଟ ବିଭାଗରୁ ମଙ୍ଗଳବାର ଅନୁମତି ପତ୍ର ଦିଆଯାଇଛି । ନ୍ୟାସନାଲ ମେଡ଼ିକାଲ କମିଶନ ପତ୍ର ସଂଖ୍ୟା ଏନଏମସି/ୟୁଜି/୨୦୨୨/୦୦୦୧୩୭/୦୩୨୧୭ ତା-୨୩.୮.୨୦୨୨ରେ ଏହି ଅନୁମତି ପ୍ରଦାନ କରାଯାଇଛି ।

ଏହି ଅନୁମତି ଅନୁସାରେ ମହାରାଜା ଶ୍ରୀ ରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ବାରିପଦା ଅଧୀନରେ ରହିବ ବୋଲି ଜଣାପଡିଛି । ଏ ନେଇ ମେଡିକାଲ କଲେଜ ପାଇଁ ଡିନ ଓ ସୁପରିଟେଣ୍ଟଣ୍ଡଙ୍କୁ ମିଶାଇ ୭୫ ଜଣ ଅଧ୍ୟାପକ ନିଯୁକ୍ତି ହୋଇଥିବା ବେଳେ ୫ଟି ବିଷୟରେ ପାଠପଢା ଆରମ୍ଭ ହେବା ସହ ପରବର୍ତ୍ତୀ ସମୟରେ ଏହା ବଢିବାର ଯୋଜନା ରହିଛି ବୋଲି ଡିନ୍ କହିଛନ୍ତି । ଏଥିରେ ପିଲା ପଢିବା ସହ ୫୦୦ ଶଯ୍ୟା ବିଶିଷ୍ଠ ଚିକିତ୍ସା ସୁବିଧା ମିଳିବ । ଏହା ଜଣାପଡ଼ିବା ପରେ ମେଡ଼ିକାଲ କଲେଜ ସ୍ଥାପନ ପାଇଁ ଆଗରୁ ଆନ୍ଦୋଳନକୁ ଓହ୍ଲାଇଥିବା ଏକାଧିକ କମିଟି ଓ ସଂସ୍ଥା ଏହାକୁ ସ୍ଵାଗତ କରିବା ସହ ଯେହେତୁ ଏହା ଜିଲ୍ଲାର ନିଜସ୍ଵ ଡି.ଏମ.ଏଫ ପାଣ୍ଠିରୁ ହୋଇଛି ତେଣୁ, ଏହି କଲେଜରେ ଜିଲ୍ଲାର ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ସିଟ୍ ସଂରକ୍ଷଣ ପାଇଁ ଦାବି କରିଛନ୍ତି । ଏହାସହ ଆଗାମୀ ଦିନରେ କେନ୍ଦୁଝରରେ କ୍ୟାନସର ହସ୍ପିଟାଲ ପ୍ରତିଷ୍ଠା ହେବ ବୋଲି ଜିଲ୍ଲାପାଳ କହିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com