ଅନ୍ୟାନ୍ୟ

ଗଳିତ ଶବ ଜବତ ଘଟଣାର ପର୍ଦ୍ଦାଫାସ କଲା ଜରଡା ପୋଲିସ

ମୁଖ୍ୟ ଅଭିଯୁକ୍ତଙ୍କ ସହ ୩ ଗିରଫ

ବ୍ରହ୍ମପୁର, ୨୪/୦୮/୨୦୨୨-   ବ୍ରହ୍ମପୁର ପୋଲିସ ଜିଲ୍ଲା ଜରଡା ଥାନା ଖରିଆଗୁଡ଼ା ଫାଣ୍ଡି ନିକଟ ପଲାସପୁର ଗ୍ରାମରେ ଅଗଷ୍ଟ ୨୦ ତାରିଖରେ ଜନୈକ ଆଦିବାସୀଙ୍କ ଶରୀରରୁ ମୁଣ୍ଡ ଗଣ୍ଡି ଅଲଗା ହୋଇ ପଡିଥିବା ଘଟଣାର ପୋଲିସ ପର୍ଦ୍ଦଫାସ କରିଛି । ଘଟଣାର ମୁଖ୍ୟ ଅଭିଯୁକ୍ତ ପର୍ଶୁରାମ ଶବର ସହ ଅନ୍ୟ ଦୁଇ ଅଭିଯୁକ୍ତ କୈବଲ୍ୟ ଶବର ଓ ନିରଞ୍ଜନ ଶବରକୁ ପୋଲିସ ନିଜ ହେପାଜତକୁ ନେଇ ଘଟଣାର ଅନୁସନ୍ଧାନ ଜାରି ରଖିଛି । ପୋଲିସର ଜେରା ପରେ ପର୍ଶୁରାମ ଓ କୈବଲ୍ୟ ନିଜ ଦୋଷ ସ୍ୱୀକାର କରିଥିଲେ ଏବଂ ଘଟଣାରେ ସଂପୃକ୍ତ ଥିବା ନିରଞ୍ଜନ ମଧ୍ୟ ସାହାଯ୍ୟ କରିଥିବା ପ୍ରକାଶ କରିଥିଲେ । ମଦବିକ୍ରିକୁ ନେଇ ଏହି ସଂଗଠିତ ହତ୍ୟାକାଣ୍ଡ ହୋଇଥିବା ପୋଲିସ ସୂଚନା ପାଇଥିଲା । କିଛି ଦିନ ପୂର୍ବେ ଗାଁରେ ମଦ ବିକ୍ରିକୁ ନେଇ ପର୍ଶୁରାମକୁ ବୃନ୍ଦାବନ ବିରୋଧ କରିଥିଲେ । ପର୍ଶୁରାମ ଜଣେ ମଦ ବ୍ୟବସାୟୀ ହୋଇଥିବା ବେଳେ ବୃନ୍ଦାବନ ବ୍ୟବସାୟରେ ବାଧା ଦେବାରୁ ବୃନ୍ଦାବନକୁ ରାସ୍ତାରୁ ହଟାଇବା ପାଇଁ ନିଷ୍ପତ୍ତି ନେଇଥିଲା । ବୃନ୍ଦାବନକୁ ଜୀବନରେ ମାରିବା ପାଇଁ ସୁଯୋଗର ଅପେକ୍ଷାରେ ଥିବା ବେଳେ ପର୍ଶୁରାମ ଅଗଷ୍ଟ ୧୭ ତାରିଖ ରାତ୍ର ବୃନ୍ଦାବନ ନିଜ ଚଣା ବାଡକୁ ଯାଇଥିବା ଦେଖି ବିଲ ହୁଡାରେ ଶୋଇ ରହିଥିଲା । ବୃନ୍ଦାବନ ମଧ ନିଜ ଚଣା ବାଡକୁ ଜଗିବା ପାଇଁ ବିଲରେ ଶୋଇ ରହିଲେ । ବୃନ୍ଦାବନକୁ ନିଘୋଡ ନିଦ ହେବା ପର୍ଯ୍ୟନ୍ତ ପର୍ଶୁରାମ ଅପେକ୍ଷା କରିଥିଲା ଏବଂ ନିଦ ହେବା ପରେ ଏହାକୁ ସଠିକ୍ ସମୟ ଭାବି ରଖିଥିବା କାତି ସାହାଯ୍ୟରେ ବୃନ୍ଦାବନର ବେକକୁ ହାଣିଥିଲା । ଶବକୁ ଲୁଚାଇବା ପାଇଁ ଅନ୍ୟ ସହଯୋଗୀ କୈବଲ୍ୟକୁ ସୂଚନା ଦେବା ପରେ କୈବଲ୍ୟ ଓ ନିରଞ୍ଜନ ଘଟଣାସ୍ଥଳରେ ପହଞ୍ଚିଥିଲେ । ନିକଟରେ ଥିବା କେନାଲକୁ ବୃନ୍ଦାବନର ଶବକୁ ଫୋପାଡିବା ସହ ମୁଣ୍ଡକୁ ଅନ୍ୟତ୍ର ଫୋପାଡି ଦେଇଥିଲା । ଘଟଣା ସ୍ଥଳରୁ ଅଳ୍ପ ଦୂରରେ କାତି ଲୁଚାଇବା ଓ ପୋଖରୀକୁ ଜାଇ ଗାଧୋଇବା ସହ ରକ୍ତ ଭିଜା ଲୁଗାକୁ ସେହି ପୋଖରୀ ମଧ୍ୟରେ ଫୋପାଡ଼ି ଘରକୁ ଫେରିଥିବାକୁ ନେଇ ଅଭିଯୁକ୍ତ ଡ଼େମୋ ଦେଖାଇଥିଲା । ଜଣେ ଆଦିବାସୀଙ୍କ ମୁଣ୍ଡ ଗଣ୍ଡି ଅଲଗା ହୋଇ ଶବ ପଡିଥିବା ସ୍ଥାନୀୟ ଅଞ୍ଚଳର ଜଣେ ମଇଁଷି ଜଗୁଆଳି ଗ୍ରାମ ନିକଟସ୍ଥ ବାଘଲଟି ଶାଖା କେନାଲରେ କାହା ଶବ ଭାସୁଥିବା ଜଣାଇବା ପରେ ନିଖୋଜଙ୍କ ମୃତ ଦେହ ଠାବ ହୋଇଥିଲା । ପୋଲିସ୍‌କୁ ଖବର ଦେବା ପରେ ତନାଘନା ଆରମ୍ଭ ହୋଇଥିଲା । ତଦନ୍ତ ପରେ ପୋଲିସ ଅଭିଯୁକ୍ତ ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଜରଡା ଥାନା ପକ୍ଷରୁ ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com