ଜାତୀୟରାଜନୀତି

ଦଳ ଛାଡ଼ିବା ପାଇଁ ବିଧାୟକଙ୍କୁ ଯଚା ଯାଇଛି ୨୦ କୋଟି ଟଙ୍କା

ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ବିରୋଧରେ ତଦନ୍ତ ଚାଲିଥିବା ବେଳେ ଗୁରୁତର ଅଭିଯୋଗ ଆଣିଛି ଆପ୍ । କେତେକ ବିଧାୟକଙ୍କୁ ଦଳ ଛାଡ଼ିବା ପାଇଁ ଯଚା ଯାଇଛି ୨୦ କୋଟି ଟଙ୍କା । ସହଯୋଗ ନକଲେ ସେମାନଙ୍କ ବିରୋଧରେ ସିବିଆଇ ଏବଂ ଇଡି ମାମଲା ରୁଜୁ ନେଇ ଧମକ ମିଳିଛି ବୋଲି ଆପର ଜାତୀୟ ମୁଖପାତ୍ର କହିଛନ୍ତି । ଏଭଳି ଅଭିଯୋଗ ପରେ କେଜ୍ରିୱାଲ ସରକାର ଆସନ୍ତକାଲି ସ୍ୱତନ୍ତ୍ର ଅଧିବେଶନ ଡକାଇଛନ୍ତି । ସମସ୍ତ ବିଧାୟକ ଉପସ୍ଥିତ ରହିବାକୁ ହ୍ୱିପ ଜାରି କରାଯାଇଛି । ସ୍ୱତନ୍ତ୍ର ଅଧିବେଶନ ପୂର୍ବରୁ ଆଜି ଆପ ବିଧାୟକ ଦଳର ବୈଠକ ବସିବ । ଏନେଇ ସମସ୍ତ ବିଧାୟକଙ୍କୁ ନୋଟିସ କରାଯାଇଛି । ପ୍ରଧାନମନ୍ତ୍ରୀ କେଜ୍ରିୱାଲ ସରକାରକୁ ଭାଙ୍ଗିବା ପାଇଁ ଚେଷ୍ଟା ଚଳାଇଛନ୍ତି ବୋଲି ଆପ୍ ଅଭିଯୋଗ କରିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com