ଓଡ଼ିଶା

ବିଦ୍ୟୁତ ନେଲା ଦୁଇ ହାତୀଙ୍କ ଜୀବନ

କରେଣ୍ଟ ନେଲା ଦୁଇ ହାତୀଙ୍କ ଜୀବନ । ବିଦ୍ୟୁତ ଆଘତରେ ୨ ମାଈ ହାତୀ ମୃତ୍ୟୁ ହୋଇଛି । କେନ୍ଦୁଝର ଜିଲ୍ଲା  ଜୁଡିଆ ସ୍ଥିତ କୃଷି ବିଜ୍ଞାନ କେନ୍ଦ୍ର ଭିତରରେ ଘଟିଛି ଏଭଳି ଅଘଟଣ । ବନବିଭାଗ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସଦର ରେଞ୍ଜରଙ୍କ ପକ୍ଷରୁ ଏହି ସୂଚନା ମିଳିଛି । ଲଗାତର କିଛି ମାସ ହେଲା ଓଡିଶାରେ ଏକାଧିକ ହାତୀଙ୍କ ମୃତ୍ୟୁ ହୋଇସାରିଲାଣି । କେତେବେଳେ ଦୁର୍ଘଟଣା ତ ଆଉ କେତେବେଳେ ଶିକାରୀଙ୍କ ଶିକାର ପାଲଟଛିନ୍ତି ହାତୀ । ପୁଣି କେତେବେଳେ ବିଦ୍ୟୁତ ଆଘାତରେ ଚାଲିଯାଉଛନ୍ତି ଜୀବନ । ଯଦି ଏହିପରି ଭାବେ ଚାଲେ, ତେବେ କିଛି ଦିନ ଭିତରେ ହାତୀ ବଂଶ କମିବାର ମଧ୍ୟ ସମ୍ଭାବନା ରହିଛି ବୋଲି ପରିବେଶବିତ୍‌ମାନେ କହିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com