ଓଡ଼ିଶା

ଭାରୋତ୍ତୋଳନରେ ଏକାଠି ସୁନା ପଦକ ଜିତିଲେ ବାପ, ଝିଅ

ଭୁବନେଶ୍ୱର, ୨୫ /୦୮/୨୦୨୨-   ଭାରୋତ୍ତୋଳନରେ ଏକାଠି ସୁନା ପଦକ ଜିତିଲେ ବାପ, ଝିଅ । ଭୁବନେଶ୍ୱରର ମଞ୍ଚେଶ୍ୱର ରେଳବାଇ ଅଡ଼ିଟୋରିୟମରେ ଆୟୋଜିତ ରାଜ୍ୟସ୍ତରୀୟ ଭାରୋତ୍ତୋଳନ ପ୍ରତିଯୋଗିତାରେ  ଜୟପୁର ସଉରାସାହିର ବିଶ୍ୱନାଥ ମାଷ୍ଟର ବର୍ଗରେ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ବେଳେ ଝିଅ ବୈଭବୀ ୧୪ ବର୍ଷରୁ କମ୍ ବାଳିକା ବର୍ଗରେ ୫୫ କେଜିର ଭାରୋତ୍ତୋଳନ କରି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ବାଳିକା ବର୍ଗରେ ୧୩ଟି ଜିଲ୍ଲାରୁ ୧୩ ଜଣ ପ୍ରତିଯୋଗି ଭାଗ ନେଇଥିଲେ । ଆଗରୁ ସେ କୌଣସି ପ୍ରତିଯୋଗିତାରେ ଭାଗ ନ ନେଇ ପ୍ରଥମ ଥର ଏଥିରେ ଭାଗ ନେଇ ସ୍ୱର୍ଣ୍ଣପଦକ ହାସଲ କରିଥିବାରୁ ବେଶ ଖୁସି ଥିବା କହିଛନ୍ତି ବୈଭବୀ । ଆଗାମୀ ଦିନରେ ଜାତୀୟ ସ୍ତରର ପ୍ରତିଯୋଗିତା ଥିବାରୁ ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିବେ ବୋଲି କହିଛନ୍ତି । ଅଗଷ୍ଟ ୧୯ ତାରିଖରୁ ୨୧ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ଏହି ପ୍ରତିଯୋଗିତା ହୋଇଥିଲା । ଭୁବନେଶ୍ୱରର ରେଳବାଇ ବିଭାଗ ଓ ଇଣ୍ଡିଆନ ପାୱାର ଲିଫ୍ଟିଂ ଆସୋସିଏସନ ପକ୍ଷରୁ ଏହି ପ୍ରତିଯୋଗିତା ହୋଇଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com