ବାଣିଜ୍ୟ

ଇଡିକୁ ଦିଆଯାଇଥିବା ସ୍ୱତନ୍ତ୍ର ଅଧିକାରକୁ ନେଇ ଗୁରୁବାର ଆଉ ଥରେ ସମୀକ୍ଷା କରିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ, ୨୫/୦୮/୨୦୨୨-  ଇଡିର ଅଧିକାରୀମାନେ ପୋଲିସ୍ ନ‌ ହୋଇଥିଲେ ବି ଅର୍ଥ ‌ହେରଫେର ମାମଲାରେ ଅଭିଯୁକ୍ତକୁ ଗିରଫ କରିପାରିବେ । ଗିରଫ ସମୟରେ କାରଣ ପ୍ରକାଶ କରିବାକୁ ସେମାନେ ବାଧ୍ୟ ନୁହନ୍ତି । ଏମିତିକି ଏନଫୋର୍ସମେଣ୍ଟ କେସ୍‌ ଇନଫରମେସନ ରିପୋର୍ଟ କପି ଦେବାକୁ ମଧ୍ୟ ବାଧ୍ୟ ନୁହେଁ । ମନି ଲଣ୍ଡରିଂ ଆକ୍ଟରେ ଇଡି ଅଧିକାରୀଙ୍କୁ ଦିଆଯାଇଥିବା ଏହି ସ୍ୱତନ୍ତ୍ର ଅଧିକାରକୁ ନେଇ ଗୁରୁବାର ଆଉ ଥରେ ସମୀକ୍ଷା କରିବେ ସୁପ୍ରିମକୋର୍ଟ । କିନ୍ତୁ ଏହି ରାୟ ବିରୋଧରେ ଅନେକ ଆବେଦନ ହେବାରୁ କୋର୍ଟ ଏହାକୁ ଆଉ ଥରେ ବିଚାରବିମର୍ଶ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସୁପ୍ରିମକୋର୍ଟଙ୍କ ରାୟ ଦ୍ୱାରା ବେଶୀ ବିରୋଧୀ ଦଳ ନେତା ମାନେ ଆକ୍ରୋଶର ଶିକାର ହେବେ ବୋଲି ଆବେଦନ ହୋଇଥିଲା । କୌଣସି ଘଟଣାର ମିଛ କଣ ସତ କଣ ଜାଣିବା କଷ୍ଟକର ହୋଇପଡିବ । ଏହି ମାମଲାର ଶୁଣାଣି ପାଇଁ ସୁପ୍ରିମ୍‌କୋର୍ଟରେ ୩ ଜଣ ବିଚାରପତିଙ୍କୁ ନେଇ ଏକ ବେଞ୍ଚ୍‌ ଗଠନ ହୋଇଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com