ଓଡ଼ିଶା

ବାଇକକୁ ଧକ୍କା ଦେଲା ଟ୍ରକ ସ୍ତ୍ରୀ ମୃତ, ସ୍ୱାମୀ ଓ ଦେଢ଼ ବର୍ଷର ପୁଅ ଆହତ

ବ୍ରହ୍ମପୁର , ୨୫ /୦୮/୨୦୨୨-  ଗୁରୁବାର ସକାଳ ୧୦ଟା ସମୟରେ ବାଇକର ପଛପଟକୁ ଏକ ଟ୍ରକ ଧକ୍କା ଦେବା ଫଳରେ ଜଣେ ମହିଳାଙ୍କ ଘଟଣା ସ୍ଥଳେ ମୃତ୍ୟୁ ହୋଇଛି । ମୃତ ମହିଳା ଜଣକ ହେଲେ ଶ୍ରୀକାକୁଲମ ଜିଲ୍ଲା କାଞ୍ଚିଲି ଥାନା ଅନ୍ତର୍ଗତ ମଠ ଶିରିଆ ଗାଁର ବସନ୍ତ ବେହେରାଙ୍କ ପତ୍ନୀ ଝରଣା ବେହେରା ।  ସ୍ୱାମୀ ବସନ୍ତ ଏବଂ ସ୍ତ୍ରୀ ଝରଣା ସାଙ୍ଗରେ ଦେଢ଼ବର୍ଷର ଶିଶୁ ପୁତ୍ରକୁ ଧରି ନିଜ ପଲସର ବାଇକ ନଂ ଓଡି୦୭ଭି-୨୬୨୨ ଯୋଗେ ପୋଲିଓ ଦେବା ପାଇଁ  ବ୍ରହ୍ମପୁର ଯାଉଥିବା ବେଳେ ଗୋଳନ୍ଥରା ଥାନା ଅନ୍ତର୍ଗତ ରଣ୍ଢା ଛକରେ ଏକ ଟ୍ରକ ନଂ ଏପି୨୧ ଟିଏ ୩୪୩ ଦ୍ରୁତ ଗତିରେ ଆସି ବାଇକ ପଛରୁ ଧକ୍କା ଦେଇଥିଲା । ଯାହା ଫଳରେ ସ୍ୱାମୀ ବସନ୍ତ ଓ ଦେଢ଼ ବର୍ଷର ଶିଶୁପୁତ୍ର ରାସ୍ତାର ଗୋଟିଏ ପାଖକୁ ଛିଟିକି ପଡ଼ି ସାମାନ୍ୟ ଆହତ ହୋଇଥିବା ବେଳେ ବାଇକ ପଛରେ ବସିଥିବା ସ୍ତ୍ରୀ ଝରଣା ଟ୍ରକ ଚକା ତଳେ ଚାପି ହୋଇ ଘଟଣାସ୍ଥଳରେ ହିଁ ମୃତ୍ୟୁ କରିଥିଲେ । ଖବର ପାଇ ଗୋଳନ୍ଥରା ଥାନା ଅଧିକାରୀ ବିବେକାନନ୍ଦ ମହାନ୍ତି ଓ ଥାନା କର୍ମଚାରୀ ଘଟଣା ସ୍ଥଳେ ପହଞ୍ଚି ମୃତଦେହକୁ ଜବତ କରି ପୁଲିସ ଜିପରେ ବ୍ରହ୍ମପୁର ଏମକେସିଜି ମେଡ଼ିକାଲକୁ ପଠାଇଥିଲେ । ଏ ନେଇ ଥାନା କେଶ ନଂ ୨୯୯/୨୨ରେ ଏକ ମାମଲା ରୁଜୁ କରିବା ସହ ଦୁର୍ଘଟଣାଗ୍ରସ୍ତ ଟ୍ରକ ଓ ବାଇକକୁ ଜବତ କରିଥିବା କରି ତଦନ୍ତ କରୁଛି ପୁଲିସ ।

Related Articles

Back to top button
WP Twitter Auto Publish Powered By : XYZScripts.com