ଅନ୍ୟାନ୍ୟ

ଆଇନ କୁ ହାତକୁ ନେଲେ ହେବ କଡା କାର୍ଯ୍ୟନୁଷ୍ଠାନ-ଏସ ପି

ବ୍ରହ୍ମପୁର ; ୨୯-୦୮ ଆଗାମୀ ଗଣେଶ ପୂଜା ପାଖେଇ ଆସୁଥିବା ବେଳେ ବ୍ରହ୍ମପୁର ଏସ ପି ଶ୍ରୀଯୁକ୍ତ ସର୍ବଣ ବିବେକ ବ୍ରହ୍ମପୁର ବାସୀ ଙ୍କୁ ଅଭିନନ୍ଦନ ଏବଂ ଶୁଭେଚ୍ଛା ଜଣାଇଛନ୍ତି l ଗଣେଶ ପୂଜା ଯେତେ ନିକଟ ହେଉଛି ସହରର ଉଷ୍ମତା ବଢ଼ିବାରେ ଲାଗିଛି l ଏଠାରେ ସୂଚନା ଥାଉକି ଗତ କାଲି ବିଳମ୍ବିତ ରାତିରେ ଆଙ୍କୁଲ୍ଲୀ ହାଇସ୍କୁଲ ଛକ ରେ ଗଣେଶ ପୂଜା ଚାନ୍ଦା ମାଗିବା କୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁ ମୁହିଁ ହୋଇଥିଲେ l  ଖବର ପାଇ ଘଟଣା ସ୍ଥଳ ରେ ବୈଦ୍ୟନାଥପୁର ଥାନା ପୋଲିସ ପହଂଚି ଦୁଇ ଟି ଗାଡି କୁ ଜବତ କରିଛି ଏବଂ ଉଭୟ ଗୋଷ୍ଠୀ ରେ ଥିବା ଯୁବକ ମାନେ ପୋଲିସ କୁ ଦେଖିବା କ୍ଷଣି କେଉଁଆଡେ ଦୌଡ଼ି ଚାଲିଯାଇଥିବା ଦେଖିବାକୁ ମିଳିଛି l ବ୍ରହ୍ମପୁର ସହର ର ବିଭିନ୍ନ ସ୍ଥାନରେ ଗଣେଶ ପୂଜା ଅନୁଷ୍ଠିତ ହୋଇଥାଏ l କିନ୍ତୁ ବେଳେ ବେଳେ ଲୋକ ମାନେ ଆଇନ କୁ ହାତକୁ ନେଇ କିଛି ସ୍ଥାନ ରେ ବିନା ଅନୁମତି ରେ ରାସ୍ତା ଉପରେ , କୌଣସି ଅଫିସ ପାଖରେ କିମ୍ବା ଲୋକଙ୍କୁ ଯଦି କେହି ଜବରଦୋସ୍ତି ଚାନ୍ଦା ମାଗନ୍ତି ତେବେ ସେମାନେ ଆଇନ ଅନୁଯାୟୀ ଦଣ୍ଡିତ ହେବେ ବୋଲି ବ୍ରହ୍ମପୁର ଏସ ପି କହିଛନ୍ତି l ଗତ କାଲି ର ଘଟଣା ର ଯେମିତି ପୁନରାବୃତ୍ତି ନହୁଏ ଦୃଷ୍ଟିରେ ରଖି କଡା ଅଭିମୁଖ୍ୟ ଜାରି କରିଛନ୍ତି l  ପ୍ରେସନଟ ଜାରି କରି ଲୋକଙ୍କୁ ସର୍ତ୍ତକ କରାଇବା ସହ ଲୋକମାନେ ଯେଉଁପରି ଅସୁବିଧା ର ସମ୍ମୁଖୀନ ନ ହେବେ ତାହା ସମସ୍ତ ଥାନା କୁ ମଧ୍ୟ କହିଛନ୍ତି l ଯଦି କୌଣସି ଲୋକ କିଛି ମଧ୍ୟ ଅସୁବିଧା ର ଶିକାର ହୁଅନ୍ତି ତେବେ ପୋଲିସ କଂଟ୍ରୋଲ ରୁମ (୧୧୨) କିମ୍ବା ପାଖରେ ଥିବା ପୋଲିସ ଥାନା ରେ ନିଜ ର ଅଭିଯୋଗ ଜଣାଇପାରିବେ l

Related Articles

Back to top button
WP Twitter Auto Publish Powered By : XYZScripts.com