ଜାତୀୟରାଜନୀତି

ବିଧାନସଭା ପରିସରରେ ସାରା ରାତି ଆପ୍-ବିଜେପିର ଧାରଣା

ଦୁର୍ନୀତି ପ୍ରସଙ୍ଗକୁ ନେଇ ଦିଲ୍ଲୀ ବିଧାନସଭା ପରିସରରେ ଆମ ଆଦମୀ ପାର୍ଟି ବା ଆପ୍ ଓ ବିଜେପି ପକ୍ଷରୁ ସାରାରାତି ଧାରଣା ଦିଆଯାଇଛି । ଗୋଟିଏ ପଟେ ଆପର ବିଧାୟକମାନେ ଦିଲ୍ଲୀ ଉପରାଜ୍ୟପାଳ ବିନୟ କୁମାର ସାକ୍ସେନାଙ୍କ ବିରୋଧରେ ମନି ଲଣ୍ଡରିଂ ଅଭିଯୋନ ଆଣି ସାରାରାତି ଧାରଣାରେ ବସିଛନ୍ତି । ଉପରାଜ୍ୟପାଳ ସାକ୍ସେନା ଖଦି ଓ ଗ୍ରାମୋଦ୍ୟୋଗ କମିଶନର ଅଧ୍ୟକ୍ଷ ଥିବା ବେଳେ ତାଙ୍କ କର୍ମଚାରୀଙ୍କୁ ୧୪୦୦ କୋଟି ଟଙ୍କାର ପୁରୁଣା ନୋଟ୍ ବଦଳାଇବାକୁ ବାଧ୍ୟ କରିଥିବା ନେଇ ଆପ୍ ଅଭିଯୋଗ ଆଣିଛି । ସେପଟେ ବିଜେପିର ବିଧାୟକମାନେ ଦୁର୍ନୀତି ମାମଲାରେ ଆପ୍ ସରକାରର ମନ୍ତ୍ରୀ ମନିଷ ସିସୋଦିଆଙ୍କୁ ବହିଷ୍କାର ଦାବି କରି ଧାରଣାରେ ବସିଛନ୍ତି । ପ୍ଲାକାର୍ଡ ଧରି ‘ଆପ୍‌’ ବିଧାୟକମାନେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟରେ ଧାରଣା ଦେଇଥିବା ବେଳେ ‘ବିଜେପି’ ନେତାମାନେ ଭଗତ୍‌ ସିଂହ, ରାଜଗୁରୁ ଏବଂ ଶୁକଦେବଙ୍କ ପ୍ରତିମୂର୍ତ୍ତି ପାଖରେ ଧାରଣା ଦେଇଥିଲେ। ବିଧାନସଭାରେ ତାଙ୍କ କଥା ଶୁଣା ନ ଯିବାରୁ ସେମାନେ ଧାରଣା ଦେବାକୁ ବାଧ୍ୟ ହେଲେ ବୋଲି ବିରୋଧୀଦଳର ନେତା ‘ବିଜେପି’ ବିଧାୟକ ରାମବୀର ସିଂହ ବିଧୁରି ବିବୃତି ଦେଇଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com