ଓଡ଼ିଶା

ମାସକ ଭିତରେ ଶାଶୂଘର ଛାଡ଼ିବେ ବର୍ଷା

କଟକ, ୩୦.୦୮. ୨୦୨୨-  ବର୍ଷା ଶାଶୂଘର ଛାଡ଼ିବାକୁ SDJM କୋର୍ଟ ଦେଇଥିବା ନିଷ୍ପତ୍ତି କାଏମ । ଅନୁଭବ-ପତ୍ନୀ ବର୍ଷା ପାରିବାରିକ ବିବାଦ ମାମଲାରେ ,ଅନ୍ତ ଘଟାଇଲେ କୋର୍ଟ ।ଜିଲ୍ଲା ଜଜ୍ କୋର୍ଟରେ ବର୍ଷା ଶାଶୁଘର ଛାଡ଼ିବା ଜଣାଇବାରୁ ମାମଲାର ଅନ୍ତ ଘଟିଛି ।

ମାସକ ମଧ୍ୟରେ ଶାଶୁଘର ଛାଡ଼ିବେ ବୋଲି କୋର୍ଟରେ ସହମତି  ଜଣାଇଲେ ବର୍ଷା । ପୂର୍ବରୁ ଏନେଇ, ଅନୁଭବଙ୍କ ଆବେଦନକୁ ଗ୍ରହଣ କରିଥିଲେ SDJM । ବର୍ଷା ଶାଶୁଘର ଛାଡ଼ିବା ଲାଗି ଅନୁଭବଙ୍କ ଆବେଦନ ଗ୍ରହଣ ହୋଇଥିଲା । ବର୍ଷା ଅନ୍ୟତ୍ର ରହିବା ପାଇଁ ଘରଭଡ଼ା ଦେବାକୁ କହିଥିଲେ କୋର୍ଟ । ମାସିକ ୩୦ ହଜାର ଟଙ୍କା ଘରଭଡ଼ା ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । SDJMଙ୍କ ନିର୍ଦ୍ଦେଶକୁ ଚାଲେଂଜ କରି, ଜିଲ୍ଲା ଜଜ୍ କୋର୍ଟ  ଯାଇଥିଲେ ବର୍ଷା ।

 

 

 

 

Related Articles

Back to top button
WP Twitter Auto Publish Powered By : XYZScripts.com