ଅନ୍ୟାନ୍ୟ

ବ୍ରହ୍ମପୁର ରୋଟାରି କ୍ଳବ ମିଡ଼ଟାଉନର ଅଧିଷ୍ଠାନ ଉତ୍ସବ ଅନୁଷ୍ଠିତ

ବ୍ରହ୍ମପୁର, ୩୦/୦୮/୨୦୨୨-   ରୋଟାରି କ୍ଳବ ବ୍ରହ୍ମପୁର ମିଡ଼ଟାଉନର ଅଧିଷ୍ଠାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ଅତିଥି ଭାବେ ବ୍ରହ୍ମପୁର ମେୟର ସଂଘମିତ୍ରା ଦଳେଇ, ଯଜ୍ଞାଶିଷ ମହାପାତ୍ର ଓ ଆସିଷ୍ଟାନ୍ସ ଗୋଭୋର୍ଣ୍ଣର୍ ରୋଟାରୀଆନ ପାର୍ଥସାରଥି ଯୋଗଦେଇଥିଲେ । ବିଦାୟ ସଭାପତି ରୋଟାରୀଆନ ସୁଶାନ୍ତ ସାବତ ଏହି କାର୍ଯ୍ୟକ୍ରମରେ ଅଧକ୍ଷତା କରିଥିଲେ । ଏହି ଅବସରରେ ସମାଜସେବିକା ରୋଟାରୀଆନ ବନ୍ଦିତା ତ୍ରିପାଠୀ ରୋଟାରୀ କ୍ଳବ ବ୍ରହ୍ମପୁର ମିଡଟାଉନର ସଭାପତି ଦାୟିତ୍ୱ ଗ୍ରହଣ କରିଥିଲେ ।

କ୍ଳବ ଓ ସମାଜର କିପରି ଉନ୍ନତି ହେବ ସେ ବିଷୟରେ ସଭାପତି ବନ୍ଦିତା ନିଜର ଅଭିଭାଷଣ ରଖିବା ସହ ନୂତନ ସମ୍ପାଦକ ଭାବେ ରୋଟାରୀଆନ ସୁସ୍ମିତା ଶର୍ମା ମଧ୍ୟ ନିଜର ଅଭିଭାଷଣ ରଖିଥିଲେ । ନୂତନ ସଭାପତି ବନ୍ଦିତା ଓ ସମ୍ପାଦକ ସୁସ୍ମିତାଙ୍କ ନେତୃତ୍ୱରେ ୫ଟି ନୂଆ କ୍ଲବ ଗଠନ ହୋଇଥିଲା । କ୍ଳବର ସମସ୍ତ ସଦସ୍ୟ ଓ  ଅତିଥି ମାନଙ୍କ ଦ୍ୱାରା ମାସିକ ପତ୍ରିକା “ବ୍ରହ୍ମଚକ୍ର” ଉନ୍ମୋଚନ କରାଯାଇଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com