ଓଡ଼ିଶାଶିକ୍ଷା

ଗଞ୍ଜାମ ଜିଲ୍ଲା ପୋଲସରାରେ ଖୋଲିବ ସରକାରୀ ଆଇଟିଆଇ

ଗଞ୍ଜାମ, ୩୦/୦୮/୨୦୨୨-   ଗଞ୍ଜାମ ଜିଲ୍ଲା ପୋଲସରାରେ ଖୋଲିବ ସରକାରୀ ଆଇଟିଆଇ । ଏହି ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୂର୍ବରୁ ଛତ୍ରପୁର, ବ୍ରହ୍ମପୁର, ଶେରଗଡ, ପୁରୁଷୋତ୍ତମପୁର ଓ ହିଞ୍ଜିଳିକାଟୁରେ ଗୋଟିଏ ଲେଖାଏ ସରକାରୀ ଆଇଟିଆଇ କାର୍ଯ୍ୟ କରୁଛି । ବର୍ତ୍ତମାନ ଏହାକୁ ମିଶାଇ ଗଞ୍ଜାମ ଜିଲ୍ଲାରେ ସରକାରୀ ଆଇଟିଆଇ ସଂଖ୍ୟା ୬ରେ ପହଞ୍ଚିଲା । ପୋଲସରାରେ ସରକାରୀ ଆଇଟିଆଇ ଖୋଲିବା ଦ୍ୱାରା ସ୍ଥାନୀୟ ଅଞ୍ଚଳର ଜନସାଧାରଣଙ୍କ  ବହୁ ଦିନର ଆଶା ପୂରଣ ହୋଇପାରିଛି । ଏଥିପାଇଁ ଅଞ୍ଚଳବାସୀ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com