ଓଡ଼ିଶା

ଆଲପୁର ହାଇସ୍କୁଲରେ ଅନ୍ତ-ପଞ୍ଚାୟତ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ

 ହିଞ୍ଜିଳିକାଟୁ, ୩୦/୦୮/୨୦୨୨ –   ହିଞ୍ଜିଳି ବ୍ଲକ ଅନ୍ତର୍ଗତ ରାଳବ ପଞ୍ଚାୟତର ଆଲପୁର ହାଇସ୍କୁଲ ଖେଳ ପଡିଆରେ ଏଣ୍ଟ୍ରାମୁଲ କ୍ରୀଡା ପ୍ରତିଯୋଗିତା ଓ ହକି ତାରକା  ମେଜର ଧ୍ୟାନଚଚାନ୍ଦଙ୍କ  ଜନ୍ମ ବାର୍ଷିକୀ ଉପଲକ୍ଷେ  ଜାତୀୟ କ୍ରୀଡା ଉତ୍ସବ ୨୦୨୨ ଅନୁଷ୍ଠିତ ହୋଇଯାଇଛି l ହିଞ୍ଜିଳି ବ୍ଲକର ଖରିଡା , ରାଳବ, ସିକିରି, ନନ୍ଦିକ ଓ ପୁଟିଆପଦର ଗ୍ରାମ ପଞ୍ଚାୟତର ପାଞ୍ଚଟି ହାଇସ୍କୁଲ ଓ ୟୁଜିଏମଇ ସ୍କୁଲର ଉଭୟ ସିନିଅର ଓ ଜୁନିୟର ବିଭାଗର ଛାତ୍ରଛାତ୍ରୀ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ l ଆଲପୁର ହାଇସ୍କୁଲର ପ୍ରଧାନଶିକ୍ଷକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ  ଉଦଘାଟନୀ ଉତ୍ସବକୁ ହିଞ୍ଜିଳିକାଟୁ ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁବ୍ରତ କୁମାର ଜେନା ଅନୁଷ୍ଠାନିକଭାବେ ଉଦଘାଟନ କରିଥିଲେ l ଛାତ୍ର ଛାତ୍ରୀଙ୍କ ମାର୍ଚ୍ଚ ଫାଷ୍ଟ ପରେ ମଶାଲ ଶୋଭାଯାତ୍ରା  ସ୍ଥାନୀୟ କାଳୀମନ୍ଦିରରୁ  ବାହାରି  ସକାଳ ୯ ଟାରେ ଖେଳ ପଡିଆରେ ପହଞ୍ଚିଥିଲା l

ଖୋଖୋ, ଦୌଡ଼, କବାଡି, ଡିସ୍କସ ଥ୍ରୋ ସଟପୁଟ, ଜାବିଲିନ ଥ୍ରୋ ଇତ୍ୟାଦି ଖେଳ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l ଏହି ଉତ୍ସବରେ ନିମନ୍ତ୍ରିତ ଅତିଥିଭାବେ  ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ସୁରେନ୍ଦ୍ରନାଥ ପ୍ରଧାନ, ହିଞ୍ଜିଳି ବ୍ଲକ ଉପାଧ୍ୟକ୍ଷ ସୁନୀଲ କୁମାର ଗନ୍ତାୟତ, ୬୮ ନଂ ଜୋନ ଜିଲ୍ଲାପରିଷଦ ଏ. ସୁଦର୍ଶନ, ନନ୍ଦିକ ସରପଞ୍ଚ କୃଷ୍ଣ ଭୋଳ, ରାଳବ ପଂଚାୟତର ସରପଞ୍ଚ ରଶ୍ମିତା ପ୍ରଧାନ, ସମିତି ସଭ୍ୟା ରୀନା ପୋଲାଈ ଏବଂ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ସଦସ୍ୟା ପ୍ରମୁଖ  ଯୋଗଦେଇ କ୍ରୀଡ଼ାବିତମାନଙ୍କୁ ଉତ୍ସହିତ କରିଥିଲେ l

Related Articles

Back to top button
WP Twitter Auto Publish Powered By : XYZScripts.com