ଅନ୍ୟାନ୍ୟ

ପହଞ୍ଚିପାରୁନି ସରକାରୀ ଯୋଜନା; କାଠପୋଲ ହିଁ ସାହା ଭରସା

ନୟାଗଡ଼ ,  ୩୦.୦୮.୨୦୨୨ , ସରକାରୀ କଳର ଉଦାସୀନତା ପାଇଁ ଏବେ ଜନତାଙ୍କ ସରକାର କେବଳ ଯନ୍ତ୍ରଣା ସହିବା ସାର ହେଉଛି । ସରକାର ନ ଶୁଣିବାରୁ, ରଣପୁର ବନ୍ଧୁମୁଣ୍ଡା ଗାଁ ଏବଂ କଟକ ଜିଲ୍ଲା ଆଠଗଡ଼ ଅଞ୍ଚଳର ରାଧାକୃଷ୍ଣପୁର ପଞ୍ଚାୟତର ଲୋକେ, ବାଧ୍ୟ ହୋଇ କାଠ ପୋଲ କରି ଯା ଆସ କରି ଦୈନନ୍ଦିନ ଜୀବନ ଅତିବାହିତ କରୁଛନ୍ତି। ଦୈନନ୍ଦିନ ଯାତ୍ରା ପାଇଁ ସହଜ ବାଟଟିଏ ନାହିଁ, ତେଣୁ ଭାଗ୍ୟକୁ ଆଦରି ନିଜେ ନିର୍ମାଣ କରିଥିବା,ଏହି ଅସୁରକ୍ଷିତ କାଠପୋଲ ହିଁ ସାହା ଭରସା । ନୟାଗଡ଼ ରଣପୁର ବ୍ଲକ ଅଞ୍ଚଳରେ, ଯେଉଁ ସ୍ଥିତି କଟକ ଆଠଗଡ଼ ଅଞ୍ଚଳରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି । ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ରାଆଁଳ, ବଡ଼ଚାକୁଣ୍ଡା, ଡିମ୍ବିରୀବାଡ଼ିକୁ ସଂଯୋଗ କରୁଥିବା ରାସ୍ତା ଏହା ଏକ ମାତ୍ର ରାସ୍ତା । ଏହି ତିନିଟି ଗାଁର ସମସ୍ୟା ଅନେକ କିନ୍ତୁ ସମାଧାନ ପାଇଁ ସରକାରଙ୍କ ଆନ୍ତରିକତା ନଥିବା ଅଭିଯୋଗ ହୋଇଛି । ସରକାରଙ୍କ ଦ୍ୱାରା ବ୍ରିଜଟିଏ ନିର୍ମାଣ ହେଉଛି ସତ, କିନ୍ତୁ କେବେ ସରିବ, କାହାକୁ ଜଣାନାହିଁ । ବନ୍ଧମୁଣ୍ଡା ପଞ୍ଚାୟତର ଏହିି ତିନି ଖଣ୍ଡ ଗାଁ ଲୋକଙ୍କ କେବଳ ବ୍ରିଜ୍ ନୁହେଁ ବରଂ ସମସ୍ୟା ମଧ୍ୟ ଅନେକ । ଏନେଇ ବିଡିଓଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ସମସ୍ୟାର ସମାଧାନ ପାଇଁ ସେ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com