ଓଡ଼ିଶା

ସୁପ୍ରିମକୋର୍ଟ ପରାମର୍ଶଦାତା କମିଟିର ସ୍ବୀକୃତି,ସଡ଼କ ସୁରକ୍ଷା କାର୍ଯ୍ୟକ୍ରମରେ ଓଡ଼ିଶା ଦେଶରେ ଆଗୁଆ

ସଡ଼କ ସୁରକ୍ଷା ନିର୍ଦ୍ଦେଶନାମା କାର୍ଯ୍ୟକାରୀ କରିବାରେ ଉଚ୍ଚ ପ୍ରଦର୍ଶନକାରୀ ଭ‌ାବେ ଶ୍ରେଣୀଭୁକ୍ତ ‌ହୋଇଛି ଓଡ଼ିଶା। ସଡ଼କ ସୁରକ୍ଷା ତଦାରଖ କରିବା ପାଇଁ ସୁପ୍ରିମକୋର୍ଟ କମିଟି ଦ୍ବାରା ଗଠିତ ପରାମର୍ଶଦାତା ଦଳ ଏହି ସ୍ବୀକୃତି ଦେଇଛି। ପରିବହନ ବିଭାଗ ସହିତ ଅଂଶୀଦାର ହୋଇଥିବା ଅନୁପାଳନ ରିପୋର୍ଟ ଅନୁଯାୟୀ ଓଡ଼ିଶା ୬୬ ପ୍ରତିଶତ ସ୍କୋର କରିପାରିଛି। ପ୍ରୋଜେକ୍ଟ ରକ୍ଷକ, ବାହକ ଏବଂ ଜାତୀୟ ସଡ଼କ ସୁରକ୍ଷା କ୍ଷୁଦ୍ର ଚଳଚ୍ଚିତ୍ର ମହୋତ୍ସବ ସମେତ ବିଭାଗର କିଛି ପଦକ୍ଷେପକୁ ସେମାନେ ପ୍ରଶଂସା କରିଛନ୍ତି।ଏହି ପରାମର୍ଶଦାତା ଦଳ ଭୁବନେଶ୍ବରରେ ହେଲେମେଟ୍ ପିନ୍ଧିବା ନିୟମ ପାଳନକୁ ପ୍ରଶଂସା କରିଛନ୍ତି। ଭୁବନେଶ୍ବର ଆରଟିଓରେ ଲାଗୁ ହୋଇଥିବା ସ୍ମାର୍ଟ କ୍ୟୁ ସିଷ୍ଟମକୁ ପ୍ରଶଂସା କରାଯାଇଛି। ତେବେ, ରାଜ୍ୟକୁ ଆହୁରି କିଛି ଅଧିକ କରିବାକୁ ହେବ ବୋଲି ଏଥି‌ରେ ଦର୍ଶାଯାଇଛି। ଅନ୍ ଗ୍ରାଉଣ୍ଡରେ ଆଶାନୁରୂପ ଫଳ ପାଇବାକୁ ଯନ୍ତ୍ରପାତି ଓ ଭିତ୍ତିଭୂମି ଉପଲବ୍ଧ କରିବାକୁ ପରାମର୍ଶ ଦିଆଯାଇଛି। ଲିଡ୍ ଏଜେନ୍ସିର କାର୍ଯ୍ୟକାରିତା ଏବଂ ସଡ଼କ ସୁରକ୍ଷା ପାଣ୍ଠିର ବ୍ୟବହାରକୁ ଅନ୍ତର୍ଭୁକ୍ତ କରୁଥିବା ଅନୁଷ୍ଠାନଗୁଡିକ ବର୍ଗରେ ଏଜେନ୍ସି ୨୫ ପ୍ରତିଶତ ମଧ୍ୟରୁ ୧୯ ପ୍ରତିଶତ ସ୍କୋର କରିଛି। ଟ୍ରାଫିକ ଏନଫୋର୍ସମେଣ୍ଟରେ ୨୫ରୁ ୧୫.୭ ପ୍ରତିଶତ, ଇଂଜିନିୟରିଂରେ ୧୪.୪ ପ୍ରତିଶତ, ଜରୁରିକାଳୀନ ଚିକିତ୍ସାରେ ୧୫ରୁ ୧୦.୫ ପ୍ରତିଶତ, ସଡ଼କ ସୁରକ୍ଷାରେ ୧୦ରୁ ୬.୩୯ ସ୍କୋର ମିଳିଛି। ଓଡ଼ିଶ‌ାରେ ପ୍ରୋଜେକ୍ଟ ରକ୍ଷକ, ପ୍ରୋଜେକ୍ଟ ବାହକ, ଭୁବନେଶ୍ବର ହେଲମେଟ୍ ନିୟମ ପରିପାଳନ, ଜାତୀୟ ସଡ଼କ ସୁରକ୍ଷା କ୍ଷୁଦ୍ର ଚଳଚ୍ଚିତ୍ର ମହୋତ୍ସବ, ଡ୍ରାଇଭିଂ ଟ୍ରେନିଂ ଇନଷ୍ଟିଚ୍ୟୁଟ୍, ଭୁବନେଶ୍ବର ଆରଟିଓ ସ୍ମାର୍ଟ କ୍ୟୁ ସି‌ଷ୍ଟମ ଓ ଆଇଟିଏମ୍ ପ୍ରକଳ୍ପ ଭଳି ସର୍ବୋତ୍ତମ ଅଭ୍ୟାସ ଓଡ଼ିଶା ହାସଲ କରି ସଡ଼କ ସୁରକ୍ଷା କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି।

Related Articles

Back to top button
WP Twitter Auto Publish Powered By : XYZScripts.com