କ୍ରୀଡ଼ା

ଏସିଆ କପ- ସୁପର ୪ରେ ଭାରତ

ଦୁବାଇ ; ୦୧।୦୯ ଭାରତ ଏସିଆ  ହଂକଂ ବିପକ୍ଷରେ ସହଜ ବିଜୟ ହାସଲ କରିଛି । ହଂକଂକୁ ଭାରତ ୪୦ ରନରେ ହରାଇଛି । ଏହି ବିଜୟ ସହ ଆଫଗାନିସ୍ତାନ ପରେ ଦ୍ଵିତୀୟ ଦଳ ଭାବେ ସୁପର-୪ରେ ପ୍ରବେଶ କରିଛି ଭାରତ । ପ୍ରଥମେ ବ୍ୟାଟିଂ କରିଥିବା ଭାରତ ସୂର୍ଯ୍ୟକୁମାର ଯାଦବଙ୍କ ଅପରାଜିତ ୬୮ ରନ ଏବଂ ବିରାଟ କୋହଲିଙ୍କ ଅପରାଜିତ ୫୯ ରନ ବଳରେ ଭାରତ ୨ ଓ୍ଵିକେଟ୍ ହରାଇ ୧୯୨ ରନର ବିଶାଳ ସ୍କୋର କରିଥିଲା । ଜବାବରେ ହଂକଂ ୫ ଓ୍ଵିକେଟ୍ ହରାଇ ୧୫୨ ରନ କରି ପାରିଛି । ଦଳ ପକ୍ଷରୁ ବାବର ହାୟତ ୪୧ ରନ କରିଥିବା ବେଳେ କିଞ୍ଚିତ ଶାହ ୩୦ ରନ କରିଥିଲେ । ଭାରତ ପକ୍ଷରୁ ଭୁବନେଶ୍ଵର କୁମାର ଏବଂ ରବୀନ୍ଦ୍ର ଜାଡେଜା ଶାଣିତ ବୋଲିଂ କରି ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଥିଲେ । ୧୯୩ ରନର ବିଶାଳ ବିଜୟ ଲକ୍ଷ୍ୟ ପିଛା କରିଥିବା ହଂକଂକୁ ୧୨ ରନରେ ପ୍ରଥମ ଝଟକା ଲାଗିଥିଲା । ବାବର ହାୟାତ ଏବଂ କିଞ୍ଚିତ ଶାହଙ୍କୁ ବାଦ୍ ଦେଲେ ବାକି ବ୍ୟାଟସମ୍ୟାନ ନିରାଶ କରିଥିଲେ। ବାବର ୩୫ ବଲରୁ ୩ ଚୌକା ଏବଂ ୨ ଛକା ସହ ୪୧ ରନ କରିଥିଲେ। କିଞ୍ଚିତ ଶାହ ୨୮ ବଲ୍‌ରୁ ୩୦ ରନ କରିଥିଲେ । ଭାରତ ପକ୍ଷରୁ ଅଭେଶ ଖାନ ୫୩ ରନ ଦେଇ ୧ ଏବଂ ଅର୍ଶଦୀପ ସିଂହ ୪୪ ରନ ଦେଇ ୧ ଓ୍ଵିକେଟ୍ ନେଇଥିଲେ । ଭୁବନେଶ୍ଵର କୁମାର ୧୫ ରନ ଦେଇ ଗୋଟିଏ ବଂ ରବୀନ୍ଦ୍ର ଜାଡେଜା ୧୫ ରନ ଦେଇ ଗୋଟିଏ ସଫଳତା ପାଇଥିଲେ । ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତର ଓପନିଂ ଯୋଡି ରୋହିତ ଶର୍ମା ଏବଂ କେଏଲ ରାହୁଲ ୩୮ ରନ ଯୋଡିଥିଲେ । ରୋହିତ ୧୩ ବଲରୁ ୨ ଚୌକା ଏବଂ ୧ ଛକା ସହ ୨୧ ରନ କରିଥିଲେ । ଏହା ପରେ ରାହୁଲ ଏବଂ ବିରାଟ ଦ୍ରୁତ ବ୍ୟାଟିଂ କରି ଦ୍ଵିତୀୟ ଓ୍ଵିକେଟ୍‌ରେ ୫୬ ରନ ଯୋଡିଥିଲେ। ଦଳୀୟ ସ୍କୋର ୯୪ ରନରେ କେଏଲ ରାହୁଲ ଆଉଟ୍ ହୋଇଥିଲେ। ସେ ୩୯ ବଲ୍‌ରୁ ୩୬ ରନ କରିଥିଲେ । ଏହା ପରେ ବିରାଟ କୋହଲି ଏବଂ ସୂର୍ଯ୍ୟକୁମାର ଯାଦବ ଇନିଂସକୁ ଆଗକୁ ବଢାଇଥିଲେ।  ସୂର୍ଯ୍ୟକୁମାର ଯାଦବ ବିସ୍ଫୋରକ ବ୍ୟାଟିଂ କରିଥିଲେ। ବିରାଟ କୋହଲି ୩୨ତମ ଟି-୨୦ ଅର୍ଦ୍ଧଶତକ ହାସଲ କରିଥିଲେ । ସୂର୍ଯ୍ୟକୁମାର ଯାଦବ ୨୨ ବଲ୍‌ରୁ ଅର୍ଦ୍ଧଶତକ ହାସଲ କରିଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com