ଜାତୀୟବାଣିଜ୍ୟ

ଓଡ଼ିଶାରେ ୩,୮୮୪ କୋଟି ଟଙ୍କାର ଜିଏସ୍‌ଟି ସଂଗ୍ରହ

ନୂଆଦିଲ୍ଲୀ ; ୨/୯ ଅଗଷ୍ଟ ମାସରେ ଓଡ଼ିଶାରେ ୩,୮୮୪ କୋଟି ଟଙ୍କାର ଜିଏସ୍‌ଟି ସଂଗ୍ରହ ହୋଇଛି ଯାହା ପୂର୍ବବର୍ଷର ଅଗଷ୍ଟରେ ହୋଇଥିବା ୩,୩୧୭ କୋଟି ଟଙ୍କାର ସଂଗ୍ରହ ତୁଳନାରେ ୧୭ ପ୍ରତିଶତ ଅଧିକ । ସାରା ଦେଶରେ ଏହି ମାସରେ ୧,୪୩,୬୧୨ କୋଟି ଟଙ୍କାର ଜିଏସ୍‌ଟି ସଂଗ୍ରହ କରାଯାଇଛି । ଏଥିରେ କେନ୍ଦ୍ରୀୟ ଜିଏସ୍‌ଟି ପରିମାଣ ୨୪ ହଜାର ୭୧୦ କୋଟି ଟଙ୍କା ଥିବା ବେଳେ ରାଜ୍ୟ ଜିଏସ୍‌ଟି ପରିମାଣ ୩୦ ହଜାର ୯୫୧ କୋଟି ଟଙ୍କା ରହିଛି । ସେହିପରି ଚଳିତ ବର୍ଷ ଅଗଷ୍ଟରେ ୭୭ ହଜାର ୭୮୨ କୋଟି ଟଙ୍କାର ସମନ୍ବିତ ଜିଏସ୍‌ଟି ଏବଂ ୧୦ ହଜାର ୧୬୮ କୋଟି ଟଙ୍କାର ସେସ୍ ଆଦାୟ ହୋଇଛି । ୨୦୨୧ ଅଗଷ୍ଟ ମାସରେ ୧ ଲକ୍ଷ ୧୨ ହଜାର ୨୦ କୋଟି ଟଙ୍କାର ଜିଏସ୍‌ଟି ଆଦାୟ ହୋଇଥିଲା। ଏହା ତୁଳନାରେ ଚଳିତ ବର୍ଷ ଅଗଷ୍ଟରେ ୨୮% ଅଧିକ ଜିଏସ୍‌ଟି ସଂଗ୍ରହ ହୋଇଛି। ଅଗଷ୍ଟକୁ ମିଶାଇ ଲଗାତାର ୬ ମାସ ଧରି ମାସିକ ଜିଏସ୍‌ଟି ସଂଗ୍ରହ ୧.୪ ଲକ୍ଷ କୋଟି ଟଙ୍କାରୁ ଅଧିକ ରହିଛି।

Related Articles

Back to top button
WP Twitter Auto Publish Powered By : XYZScripts.com