ବାଣିଜ୍ୟ

ବ୍ରହ୍ମପୁର ବିଧାୟକ ନେଲେ ମୃତକଙ୍କ ଅନ୍ତିମ ସଂସ୍କାର ଦାୟିତ୍ୱ

ବ୍ରହ୍ମପୁର, ୦୨/୦୯/୨୦୨୨-   ମୃତକଙ୍କ ଅନ୍ତିମ ସଂସ୍କାର ଦାୟିତ୍ୱ ନେଲେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା । ବ୍ରହ୍ମପୁର ସିଦ୍ଧାର୍ଥ ନଗରର ଅସହାୟ ମୃତକ ବୁନା ମହାନ୍ତି ସୋମବାର ରାତିରେ ଚିକିତ୍ସା ପାଇଁ ଏମକେସିଜିରେ  ଭର୍ତ୍ତି ହୋଇଥିଲେ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଶୁକ୍ରବାର ଭୋରୁ ତାଙ୍କର ମୃତ୍ୟୁ ହୋଇଥିଲା । ମୃତ ବୁନାଙ୍କ ଅନ୍ତିମ ସଂସ୍କାର ପାଇଁ କେହି ସାହାଯ୍ୟ ନ କରିବାରୁ ଏ ବିଷୟ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କୁ ଜଣାଇ ସହାୟତା ଲୋଡ଼ିଥିଲେ ।

ଏହା ଶୁଣିବା ମାତ୍ରେ ବିଧାୟକ ନିଜ ବ୍ୟକ୍ତିଗତ ସହାୟକ ଗିରିଜା ଶତପଥୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବିଧାୟକଙ୍କ ନିର୍ଦ୍ଦେଶ କ୍ରମେ ଗିରିଜା ମେଡ଼ିକାଲର ସମସ୍ତ କାର୍ଯ୍ୟ ସମ୍ପାଦନ କରିଥିଲେ । ପରେ ବିଧାୟକ ନୀଳକଣ୍ଠେଶ୍ୱର ଶ୍ମଶାନରେ ଉପସ୍ଥିତ ରହି ମୃତଙ୍କ ଅନ୍ତିମ ସଂସ୍କାର ପାଇଁ ସମସ୍ତ ବ୍ୟବସ୍ଥା କରିଥିଲେ ।

ଏହି କାର୍ଯ୍ୟରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ମହାନଗର ନିଗମ ମେୟର ସଂଘମିତ୍ରା ଦଳେଇ , ଛାତ୍ର ସଭାପତି ଶୋଭନ ନାୟକ, ମହାନଗର ଯୁବ ସଭାପତି ଅଜିତ କୁମାର ପଣ୍ଡାଙ୍କ ସମେତ ସ୍ଥାନୀୟ ଲୋକେ ଉପସ୍ଥିତ ରହି ସହଯୋଗ କରିଥିଲେ । ଅସହାୟ ପରିବାରକୁ ଆର୍ଥିକ ସାହାଯ୍ୟ କରିବା ସହ ଉପ ଜିଲ୍ଲାପାଳଙ୍କୁ କହି ରେଡ କ୍ରସ ଫଣ୍ଡରୁ ୧୦ ହଜାର ଟଙ୍କାର ଆର୍ଥିକ ସାହାଯ୍ୟ ବ୍ୟବସ୍ଥା କରାଇଥିଲେ ବିଧାୟକ । ଏହି ପରିପ୍ରକ୍ଷୀରେ ବିଧାୟକଙ୍କ ଏହିଭଳି ମାନବିକତା କାର୍ଯ୍ୟ ପାଇଁ ତାଙ୍କୁ ସହରବାସୀ ପ୍ରଶଂସା କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com