ଅନ୍ୟାନ୍ୟ

ଆଫଗାନିସ୍ତାନରେ ବିସ୍ଫୋରଣ; ୧୫ ମୃତ

ଆଫଗାନିସ୍ତାନ, ୦୨/୦୯/୨୦୨୨-  ଆଫଗାନିସ୍ତାନ ଗୁଜରଗାହ ମସଜିଦରେ ଶୁକ୍ରବାର ଭୟଙ୍କର ବିସ୍ଫୋରଣ ଫଳରେ  ୧୫ ଜଣଙ୍କର ମୃତ୍ୟୁ ହୋଇଛି । ମସଜିଦରେ ନମାଜ ପାଠ ଚାଲିଥିବା ବେଳେ ହଠାତ ଏଭଳି ବିସ୍ଫୋରଣ ହୋଇଥିଲା । ଏନେଇ ହେରାତ ରାଜ୍ୟପାଳଙ୍କ ପ୍ରବକ୍ତା କହିଛନ୍ତି କି ଆତ୍ମଘାତି ଆକ୍ରମଣ ଫଳରେ ଏଭଳି ହୋଇଛି ।

ଏହି ବିସ୍ଫୋରଣ ଫଳରେ ତାଲିବାନର ସବୁଠାରୁ ବଡ ଧର୍ମଗୁରୁଙ୍କ ମଧ୍ୟରୁ ଜଣେ ମୁଲ୍ଲା ମୁଜୀବ ଓ ରହମାନ ଆନ୍ସ।ରୀଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି । ଅନୁମାନ କରାଯାଇଛି କି, ଏହି ବିସ୍ଫୋରଣ ପଛରେ ଆଇଏସଆଇଏସର ଖୁରସାନ ଗ୍ରୁପର ହାତ ରହିଛି । ହେଲେ ତାଲିବାନ ପକ୍ଷରୁ ଏପର୍ଯ୍ୟନ୍ତ ଏନେଇ କୌଣସି ସୂଚନା ଦିଆଯାଇ ନାହିଁ ।

Related Articles

Back to top button
WP Twitter Auto Publish Powered By : XYZScripts.com