ଜାତୀୟରାଜନୀତି

ମୁଁ କେନ୍ଦ୍ରରେ ବସିଥିବା ଲୋକଙ୍କ କଥାକୁ ଧ୍ୟାନ ଦିଏ ନାହିଁ; ନିତୀଶ କୁମାର

ବିହାର, ୦୨/୦୯/୨୦୨୨-   ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଏକ ଭାଷଣରେ କହିଥିଲେ- କିଛି ରାଜନୈତିକ ଦଳ ଏବେ ଦୁର୍ନୀତିଖୋର ନେତାଙ୍କୁ ବଞ୍ଚାଇବାକୁ ପ୍ରୟାସ କରୁଛନ୍ତି । ଯାହାକୁ ନେଇ ରାଜନୀତି ସରଗରମ ହୋଇଛି ।  ବିହାର ମୁଖ୍ୟମନ୍ତ୍ରୀ ନିତୀଶ କୁମାର ପ୍ରଧାନମନ୍ତ୍ରୀଙ୍କ ଏଭଳି ବୟାନ ଉପରେ ପ୍ରତିକ୍ରିୟା ରଖି କହିଛନ୍ତି କି, ମୁଁ କେନ୍ଦ୍ରରେ ବସିଥିବା ଲୋକଙ୍କ କଥାକୁ ଧ୍ୟାନ ଦିଏ ନାହିଁ ।

ଏହା ସହ ନିତୀଶ ଅଟଳ ବିହାରୀ ବାଜପେୟୀଙ୍କ ଉଦାହରଣ ଦେଇ କହିଛନ୍ତି ଯେ, ଅଟଳଙ୍କ ସରକାରରେ କାମ କରିବାର ସୁଯୋଗ ପାଇଥିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଛି । ଏବେର କେନ୍ଦ୍ର ସରକାର ଜାଣିବା ଦରକାର କି ଅଟଳଜୀ କିଭଳି ଭାବେ ସମସ୍ତ ଦଳକୁ ନେଇ  କାମ କରୁଥିଲେ ।

ପ୍ରଧାନମନ୍ତ୍ରୀଙ୍କ ଏଭଳି ବୟାନ ଉପରେ କେବଳ ନିତୀଶ ନୁହଁନ୍ତି ବରଂ ବିହାରର ଉପ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ନେତା ତେଜସ୍ୱୀ ଯାଦବ କହିଛନ୍ତି ଯେ, ବିଜେପିରେ ଏବେ ପାଖା ପାଖି ୧ ହଜାର ବିଧାୟକ ଓ ୩୦୦ ରୁ ଅଧିକ ସାଂସଦ ରହିଛନ୍ତି । ହେଲେ ସିବିଆଇ କି ଇଡି ଏବେ କାହିଁକି ସେମାନଙ୍କ ମଧ୍ୟରୁ କାହାରି ଘରେ ଚଢାଉ କରୁନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com