ଓଡ଼ିଶା

ସାମ୍ବାଦିକ ସଙ୍ଘର ରାଜ୍ୟ କର୍ମକର୍ତା ନିର୍ବାଚନ

କବିସୂର୍ଯ୍ୟନଗର ; ୦୪/୦୯  ନିର୍ବାଚନ କୁ ତ୍ରିଲୋଚନ ଖୁଣ୍ଟିଆ ନିର୍ବାଚନ ଅଧିକାରୀ ଭାବେ ପରିଚାଳନା କରିଥିଲେ l ଆଗାମୀ ତିନି ବର୍ଷ ପାଇଁ ସଭାପତି ଭାବେ ସୁଧାଂଶୁ ଶେଖର ବଡ଼ଜେନା, ଉପ ସଭାପତି ଭାବେ ସତ୍ୟଜିତ ରାଜ ଚୌଧୁରୀ, ସାଧାରଣ ସମ୍ପାଦକ ଭାବେ ନିରଞ୍ଜନ ବିଶ୍ୱାଳ, ସମ୍ପାଦକ ଭାବେ ନାରାୟଣୀ ପ୍ରସାଦ ମିଶ୍ର, ଦୀପ୍ତିମୟୀ କର, ରୋହିତ କୁମାର ବେହେରା, ଏବଂ କୋଷାଧକ୍ଷ ଭାବେ ଅଭୟ କୁମାର ଶର୍ମା ନିର୍ବାଚିତ ହୋଇଥିବା ବେଳେ ରାଜ୍ୟ କାର୍ଯ୍ୟକାରୀ କମିଟି ସଭ୍ୟ ଭାବେ ବିଷ୍ଣୁ ପଦରାଜ ମହାନ୍ତି, ବାବୁରାମ ନାୟକ, ରଞ୍ଜନ କୁମାର ଦଳେଇ, ତପନ ହିଆଲ, ମନୋରଞ୍ଜନ ବେହେରା, ଗୌରାଙ୍ଗ ଚରଣ ରଣା, କୃଷ୍ଣ ଚନ୍ଦ୍ର ପଲେଇ, ବସନ୍ତ କୁମାର ଜେନା, ବିବେକାନନ୍ଦ ସାହୁ, ଅଭୟ କୁମାର ଦୋରା, ଦିଲୀପ କୁମାର ନାୟକ, ଶ୍ରୀରାମ ସ୍ୱାଇଁ ନିର୍ବାଚିତ ହୋଇଥିବା ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି l ଏହି ଅବସରରେ କବିସୂର୍ଯ୍ୟନଗରରେ ସତ୍ୟଜିତ ରାଜ ଚୌଧୁରୀଙ୍କ ସଭାପତିତ୍ୱ ରେ , ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଏନ.ଏ.ସି ଅଧ୍ୟକ୍ଷା ଏସ ଲକ୍ଷ୍ମୀ, ସମ୍ମାନିତ ଅତିଥି ଭାବେ ଉପାଧ୍ୟାକ୍ଷ ବିକ୍ରାନ୍ତ କୁମାର ସାହୁ, ଥାନା ଅଧିକାରୀ ପ୍ରଭାତ ସାହୁ ବରିଷ୍ଠ ସାମ୍ବାଦିକ ତଥା କାଉନସିଲର ବିପିନ ବିହାରୀ ଶତପଥୀ ଯୋଗ ଦେଇ ନବ ନିର୍ବାଚିତ କର୍ମକର୍ତା ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦେବା ସହ ସାମ୍ପ୍ରତିକ ସ୍ଥିତି ରେ ସାମ୍ବାଦିକ ମାନଙ୍କ ଭୁମକା ଉପରେ ମତବ୍ୟକ୍ତ କରିଥିଲେ l ମହାମୟୀ ଯାତ୍ରା ପରିଚାଳନାରେ ଆଇନ ଶୃଙ୍ଖଳା ସ୍ଥିତି କୁ ନିୟନ୍ତ୍ରଣ କରିବାରେ ଦକ୍ଷତା ସମ୍ପନ୍ନ ପୋଲିସ ଅଧିକାରୀ ପ୍ରଭାତ ସାହୁଙ୍କୁ କବିସୂର୍ଯ୍ୟନଗର ସାମ୍ବାଦିକ ଏବଂ ଭାଇରଲ ନ୍ୟୁଜ ଓ ଜେଏମଜେ ନ୍ୟୁଜପକ୍ଷରୁ ମାନପତ୍ର, ଉତ୍ତରୀୟ ଦେଇ ସମ୍ବର୍ଦ୍ଧନା ଦିଆଯାଇଥିଲା l ଆଜିର ସଭାରେ କବିସୂର୍ଯ୍ୟନଗରର ସରୋଜ ମିଶ୍ର, କୃପାସିନ୍ଧୁ ସ୍ୱାଇଁ, କୃଷ୍ଣ ନାହାକ, ପୀତବାସ ଦାଶ  ପ୍ରମୁଖ ଯୋଗଦେଇ ଥିଲେ l

Related Articles

Back to top button
WP Twitter Auto Publish Powered By : XYZScripts.com