ସ୍ୱାସ୍ଥ୍ୟ

କରୋନା ବିପକ୍ଷରେ ଆଉ ଏକ ଅସ୍ତ୍ର

କରୋନା ମହାମାରୀ ବିପକ୍ଷରେ ଦେଶକୁ ମିଳିଲା ବ୍ରହ୍ମାସ୍ତ୍ର । ଭାରତ ବାୟୋଟେକର ଆଉ ଏକ ଭ୍ୟାକ୍ସିନକୁ ଅନୁମତି ଦେଇଛି ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ(DCGI) । ଏହି ନିଷ୍ପତ୍ତି ଏବଂ ଏହାର ବ୍ୟବହାର ଦେଶରେ କରୋନା ସ୍ଥିତିରେ ଆହୁରି ସୁଧାର ଆଣିପାରିବ । ଏ ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବୀୟ ସୁଚନା ଦେଇଛନ୍ତି । ତେବେ ଏହି ନାଜାଲ ଭ୍ୟାକ୍ସିନକୁ କେବଳ ଜରୁରୀକାଳୀନ ବ୍ୟବହାର ପାଇଁ ପ୍ରଦାନ କରାଯାଇଛି । କରୋନା ବିରୋଧରେ ୧୦୦ କୋଟିର ଟୀକାକରଣ କରି ଭାରତ ଏକ ମାଇଲଷ୍ଟୋନ ସୃଷ୍ଟି କରିଛି । ଏହାପରେ ସୁଦ୍ଧା ଦେଶରେ କରୋନା ସ୍ଥିତି ସାମାନ୍ୟ ଜଟିଳ ରହିଛି । ଅନେକ ସ୍ଥାନରେ କରୋନା ମହାମାରୀର ପ୍ରକୋପ କମ୍ ରହିଥିଲେ ହେଁ କିଛି ସ୍ଥାନରେ ଏହାର ଭୟାବହତା ଏବେ ବି ଲୋକଙ୍କ ଆଖିରେ ସ୍ପଷ୍ଟ ବାରି ହେଉଛି । ତେବେ ଏମିତି ପରିସ୍ଥିତିରେ ଭାରତ ବାୟୋଟେକର ଏହି ନାଜାଲ ଭ୍ୟାକ୍ସିନ ଦେଶବାସୀଙ୍କ ପାଇଁ ବରଦାନ ହେବ ବୋଲି ଆଶା କରାଯାଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com