ଓଡ଼ିଶାଜାତୀୟରାଜନୀତି

ଦିଲ୍ଲୀରୁ ‘ଜୀବନବ୍ୟାପୀ ସାଧନା ସମ୍ମାନ’ ଗ୍ରହଣ କରି ଭୁବନେଶ୍ୱରରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର, ୦୬/୦୯/୨୦୨୨ –  ଦିଲ୍ଲୀରୁ ‘ଜୀବନବ୍ୟାପୀ ସାଧନା ସମ୍ମାନ’ ଗ୍ରହଣ କରି ଭୁବନେଶ୍ୱରରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିମାନ ବନ୍ଦରରୁ ବାହାରକୁ ଆସିବା ମାତ୍ରେ ତାଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ନାଚ, ଗୀତ, ପାରମ୍ପାରିକ ବାଦ୍ୟରେ ପରିବେଶ କମ୍ପୁଛି ।

ତାଙ୍କୁ ସ୍ୱାଗତ କରିବାକୁ ନେତା, ମନ୍ତ୍ରୀ ସମେତ ସାରା ରାଜ୍ୟରୁ ୫୦ ହଜାର ଲୋକ ରାଜଧାନୀରେ ଏକାଠି ହୋଇଛନ୍ତି । ଯାହାକୁ ନେଇ କମିଶନରେଟ୍ ପୋଲିସ ବି ପ୍ରସ୍ତୁତ ରହିଛି । ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ, ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଥିବାରୁ ସେହି ସମୟରେ ବିମାନବନ୍ଦରକୁ ଆସୁଥିବା ଯାତ୍ରୀମାନେ ଯେପରି ଅସୁବିଧାର ସମ୍ମୁଖିନ ନହୁଅନ୍ତି, ତାହା ଉପରେ ପୁଲିସ ବେଶି ଗୁରୁତ୍ୱ ଦେଇଛି । ଅନ୍ୟପଟେ ସହରରେ ଟ୍ରାଫିକ୍ ସମସ୍ୟା ଦେଖାଦେଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com