ଐତିହ୍ୟ ଓ ସଂସ୍କୃତିଓଡ଼ିଶା

ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ ପକ୍ଷରୁ ଗୁରୁ ଦିବସ ପାଳିତ

ବ୍ରହ୍ମପୁର, ୦୬/୦୯/୨୦୨୨ –  କଳା ଓ କଳାକାର ହିତୈଷୀ ମହାମଞ୍ଚ ‘ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ’ ପକ୍ଷରୁ ସ୍ଥାନୀୟ ଗିରି ମାର୍କେଟ ଛକ ସ୍ଥିତ ପ୍ରକାଶମ୍ ହଲ୍ ଠାରେ  ଗୁରୁ ପୂଜନ ମହୋତ୍ସବ ପାଳିତ ହୋଇଯାଇଛି । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ଏବଂ ଓଡ଼ିଶା ନାଟ୍ୟ ସଂଘ ଉପ ସଭାପତି ମନୋଜ ଦଣ୍ଡପାଟ  କାର୍ଯ୍ୟକ୍ରମର ପ୍ରଥମ ଅଧିବେଶନକୁ ଉଦ୍ଘାଟନ କରିଥିଲେ । ଏହି ଅବସରରେ ହରିଡ଼ାଖଣ୍ଡି, ଶ୍ରୀ ଶ୍ରୀ ଲକ୍ଷ୍ମୀନୃସିଂହ ନାଟ୍ୟ ସଂଘ ପକ୍ଷରୁ ମହନ୍ତ ଶ୍ରୀ ରାମାଧୀନ ଦାସ ଗୋସ୍ଵାମୀ କୃତ ତଥା ନରସିଂହ ମଲ୍ଲିକ ନିର୍ଦ୍ଦେଶିତ ‘ରାବଣ ଦର୍ପ ଦଳନ’ ନାଟକ ପରିବେଷିତ ହୋଇଥିଲା ।

ଏଥିରେ ସର୍ବଶ୍ରୀ ଅରୁଣ କୁମାର ଜେନା, ରବୀନ୍ଦ୍ର ବେହେରା, ରାକେଶ ବେହେରା, ବବୁଲ ବେହେରା, ବଳରାମ ଜେନା, ଟୁକୁନା ଡାକୁଆ, ସନ୍ତୋଷ ସାହୁ ପ୍ରମୁଖ ସୁନ୍ଦର ଅଭିନୟ କରିଥିଲେ । ସଂଘ କାର୍ଯ୍ୟକାରୀ ସଭାପତି ଦୁର୍ଗା ପ୍ରସାଦ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଦ୍ଵିତୀୟ ଅଧିବେଶନରେ ଗୁରୁ ପୂଜନ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ସଂସ୍କୃତି ଅଧିକାରୀ ଜୀତେନ କୁମାର ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଲୋକ କଳା ଓ ଲୋକ ନାଟକକୁ ବଞ୍ଚେଇ ରଖିବାକୁ ହେଲେ ଲୋକ ଚେତନାରେ ଲୋକ କଳା ପ୍ରତି ଦୁର୍ବଳତା ସୃଷ୍ଟି କରାଯିବା ଉଦ୍ୟମ ହେବା ଉଚିତ୍ ବୋଲି ମତବ୍ୟକ୍ତ କରିଥିଲେ ।

ଏହି ଅବସରରେ ଅତିଥିମାନଙ୍କ ଦ୍ଵାରା ଜିଲ୍ଲାର ବିଭିନ୍ନ ଅଂଚଳରୁ ୩୦ ଜଣ ବିଭିନ୍ନ କ୍ଷେତ୍ରର ଗୁରୁଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ପ୍ରଫୁଲ୍ଲ ଚନ୍ଦ୍ର ନାୟକ,ମହେନ୍ଦ୍ର କୁମାର ସାହୁ, ବନ୍ଦନା ନନ୍ଦ, ଗୀତା ସ୍ୱାଇଁ, ବନ୍ଦନା ମହାପାତ୍ର, ଚାନ୍ଦମାମା ବେହେରା, ପିଙ୍କି ପରିଡ଼ା ପ୍ରମୁଖ ସହଯୋଗ କରିଥିଲେ । ପରିଶେଷରେ ଅନୁଷ୍ଠାନର ବରିଷ୍ଠ ସଦସ୍ୟ ଶଙ୍କର୍ଷଣ ସାବତ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com