ଅନ୍ୟାନ୍ୟ

ଭାରତରେ ବ୍ୟବହାର ହେଉଛି ଅଧିକ ଆଣ୍ଟିବାୟୋଟିକ୍ ଟାବଲେଟ

ନୂଆଦିଲ୍ଲୀ, ୦୭/୦୯/୨୦୨୨ –   ଅନ୍ୟ ରାଷ୍ଟ୍ରଗୁଡ଼ିକ ତୁଳନାରେ ଭାରତରେ ଅତ୍ୟଧିକ ଆଣ୍ଟିବାୟୋଟିକ୍ ଟାବଲେଟ ବ୍ୟବହାର ହେଉଛି । ବ୍ୟବହୃତ ଆଣ୍ଟିବାୟୋଟିକଗୁଡ଼ିକ ମଧ୍ୟରୁ ଅଧିକାଂଶକୁ ସେଣ୍ଟ୍ରାଲ ଡ୍ରଗସ ରେଗୁଲେଟୋରୀ ମଞ୍ଜୁରୀ ଦେଇନି । ଏହାଛଡ଼ା ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ରେଗୁଲେଟୋରୀ ପାୱାର ମଧ୍ୟରେ ତାଳମେଳ ରହୁ ନଥିବାରୁ ଆଣ୍ଟିବାୟୋଟିକ୍ ମେଡିସିନର ଉପଲବ୍ଧତା ଓ ବିକ୍ରି ବଢୁଛି ବୋଲି ଜଣାପଡିଛି । ଏଭଳି ସୂଚନା ମିଳିଛି ନୂଆଦିଲ୍ଲୀସ୍ଥିତ ପବ୍ଲିକ ହେଲଥ୍ ଫାଉଣ୍ଡେସନ ପକ୍ଷରୁ କରାଯାଇଥିବା ଏକ ଅଧ୍ୟୟନରୁ । ୯ ହଜାର ଫାର୍ମା ଟ୍ରାକ୍, ଘରୋଇ ମେଡିସିନ ଷ୍ଟୋର ଡାଟାକୁ ଆଧାର କରି ଏହି ରିପୋର୍ଟ ପ୍ରସ୍ତୁତ ହୋଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com