Breaking NewsFeaturedଐତିହ୍ୟ ଓ ସଂସ୍କୃତିଜାତୀୟ

ଭାରତରେ ନିଅନ୍ତୁ ଥାଇଲ୍ୟାଣ୍ଡର ମଜା, ଜାଣନ୍ତୁ କେଉଁଠି ରହିଛି ଏହି ସୁନ୍ଦର ସ୍ଥାନ 

ମୋବାଇଲ୍ ନ୍ୟୁଜ୍‌ ବ୍ୟୁରୋ: ଲୋକମାନେ ସାଧାରଣତଃ ଛୁଟି କାଟିବା ପାଇଁ ଥାଇଲ୍ୟାଣ୍ଡ ବୁଲିବା ପାଇଁ ଯୋଜନା କରିଥାନ୍ତି । କିନ୍ତୁ ଅଧିକ ଖର୍ଚ୍ଚ ହେଉଥିବା କାରଣରୁ ବହୁବାର ନିଜ ମନକୁ ମାରି ଏହି ପ୍ଲାନ୍ କ୍ୟାନସଲ୍ କରିବାକୁ ପଡ଼ିଥାଏ । କିନ୍ତୁ ଯଦି ଆପଣ ଖୁବ୍ କମ୍ ଖର୍ଚ୍ଚରେ ଥାଇଲ୍ୟାଣ୍ଡର ମଜା ନେବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ପାଇଁ ଆମ ପାଖେ ଅଛି ଏକ ସାନ୍‌ଦାର୍ ଅଫର୍ ।

Mini Thailand of India

କାରଣ ଆପଣ ଭାରତରେ ମଧ୍ୟ ଥାଇଲ୍ୟାଣ୍ଡକୁ ଉପଭୋଗ କରିପାରିବେ । କାରଣ ଭାରତରେ ଅଛି ମିନି ଥାଇଲ୍ୟାଣ୍ଡ । ଏହି ସ୍ଥାନ ଏତେ ସୁନ୍ଦର ଯେ ଏଠାକୁ ଯିବା ପରେ ଆପଣ ଥାଇଲ୍ୟାଣ୍ଡର କଥା ସମ୍ପୂଣ୍ଣ ଭୁଲିଯିବେ ।

Mini Thailand of India

ତେବେ ଚାଲନ୍ତୁ ଡେରି ନକରି ଜାଣିବା କେଉଁଠି ଅଛି ଏହି ମିନି ଥାଇଲ୍ୟାଣ୍ଡ ଆଉ କଣ ରହିଛି ଏହାର ବିଶେଷତ୍ୱ । ଭାରତର ହିମାଚଳପ୍ରଦେଶରେ ଅବସ୍ଥିତ ଜିବିରେ ରହିଛି ଏହି ସୁନ୍ଦର ନଜାରା । ଯେଉଁଠାକୁ ବିଭିନ୍ନ ସ୍ଥାନରୁ ଲୋକମାନେ ବୁଲିବା ପାଇଁ ଆସିଥାନ୍ତି । ଏହାର ସୁନ୍ଦରତା ପାଇଁ ଲୋକମାନେ ଏହାକୁ ମିନି ଥାଇଲ୍ୟାଣ୍ଡ ବୋଲି କହିଥାନ୍ତି । ସବୁଜ ଉପତ୍ୟକା, ପର୍ବତ ଏବଂ ପ୍ରକୃତି କୋଳରେ ଅବସ୍ଥିତ ଏହି ସହର ଯେକୌଣସି ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥାଏ । ଚିର ସବୁଜ ପ୍ରାକୃତିକ ସୁନ୍ଦରତା ସହ କୃତ୍ରିମ ସାଜସଜା କାହାକୁ ବି ଆକର୍ଷିତ କରିଥାଏ ।

Mini Thailand of India

ଏହାର ପରିବେଶ ଅତ୍ୟନ୍ତ ଶାନ୍ତ । ଜିଭିର ଏକ ଖାସ୍ ବିଶେଷତ୍ୱ ହେଉଛି ଏଠାରେ ଦୁଇଟି ବଡ଼ ପଥର ମଧ୍ୟରେ ଏକ ବଡ଼ ନଦୀ ପ୍ରବାହିତ ହେଉଛି , ଯାହା ଏକ ପର୍ଯ୍ୟଟନସ୍ଥଳୀ ଏବଂ ପର୍ଯ୍ୟଟକଙ୍କ ପାଇଁ ଏକ ଆକର୍ଷଣର କେନ୍ଦ୍ର ବିନ୍ଦୁ । ଏଠାରେ ଉଭୟ ଉପତ୍ୟାକା ଏବଂ ନଦୀ ସହ ପ୍ରାକଅତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ଦେଶବିଦୋରୁ ଲୋକ ଆସିଥାନ୍ତି ।

Mini Thailand of India

ଏଠାରେ ଦେବଦାରୁ ଗଛର ଘନ ଜଙ୍ଗଲ ସୁନ୍ଦରତାକୁ ଦୁଇଗୁଣିତ କରିଥାଏ । ଏହାସହିତ ଏଠାରେ ଘନ ଜଙ୍ଗଲରେ ଏକ ୱାଟରଫଲ୍ ରହିଛି । ଏଠାରେ ଟ୍ରେକିଂ କରିବା ସୁବିଧା ମଧ୍ୟ ରହିଛି । ଟ୍ରେକିଂ କରିବା ସମୟରେ ଆପର ୱାଟରଫଲ୍ ଦେଖିବାର ମଜା ନେଇପାରିବେ । ଏଠାରେ ଅନେକ ସୁନ୍ଦର ସୁନ୍ଦର ପ୍ରାଚୀନ ମନ୍ଦିର ରହିଛି ।

 

Related Articles

Back to top button
WP Twitter Auto Publish Powered By : XYZScripts.com