Featuredଓଡ଼ିଶାରାଜନୀତି

ଗଞ୍ଜାମ ଜିଲ୍ଲାରେ ନିର୍ମାଣାଧୀନ ସେତୁଗୁଡିକୁ ଯଥାଶୀଘ୍ର ଶେଷ କରିବାକୁ ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ଦ୍ଦେଶ

ଛତ୍ରପୁର, ୨୬/୦୮/୨୦୨୨-   ବ୍ରହ୍ମପୁର ସ୍ଥିତ ଗ୍ରାମ୍ୟ ନିର୍ମାଣ ମଣ୍ଡଳ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷଠାରେ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ବିଭାଗ ତଥା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପ୍ରମୁଖ ଶାସନ ସଚିବ, ସଞ୍ଜୟ କୁମାର ସିଂ ଙ୍କ ଦ୍ଵାରା ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଅନୁଷ୍ଠିତ ସମୀକ୍ଷା ବୈଠକରେ ସଚିବ  ସମସ୍ତ ଯନ୍ତ୍ରୀ ମାନଙ୍କୁ ଅବଗତ କରାଇଥିଲେ ଯେ, ଜିଲ୍ଲାର ସୁନାମ ଆଣିବା ଦିଗରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ଵାରା କାର୍ଯ୍ୟ ହେଉଥିବା କାମ ଗୁଡିକ ସମ୍ପନ୍ନ କରିବା ଦିଗରେ ତ୍ବରାନିତ କରିବାର ଆବଶ୍ୟକତା ରହିଛି । ସେତୁ ନିର୍ମାଣ କ୍ଷେତ୍ରରେ ଟେଣ୍ଡର କାର୍ଯ୍ୟ ସାରିଦେଇ ସମସ୍ତ କାର୍ଯ୍ୟ ଠିକାଦାରଙ୍କ ଉପରେ ନ୍ୟସ୍ତ କଲେ ହେବନାହିଁ । ଠିକାଦାରଙ୍କ କାର୍ଯ୍ୟଧାରା ଗୁଡିକ ବରାବର ତଦାରଖ କରିବାକୁ ପଡ଼ିବ । ଉନ୍ନୟନ କାର୍ଯ୍ୟରେ ଦେଖାଯାଉଥିବା ପ୍ରତିବନ୍ଧକ ଗୁଡିକ ସମାଧାନ କରି ଉକ୍ତ କାର୍ଯ୍ୟର ଶୀଘ୍ର ସମାପନ ଦିଗରେ ତତ୍ପରତା ପ୍ରକାଶ କରିବାର ଆବଶ୍ୟକତା ରହିଛି ।

ଯନ୍ତ୍ରୀଗଣ କ୍ଷେତ୍ର ପରିଦର୍ଶନ କରି ସମସ୍ତ ସୁବିଧା ଅସୁବିଧା ବୁଝିବେ । ଅସୁବିଧା ସମ୍ପର୍କରେ ନିଜ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାନ୍ତୁ । ସେହିଠାରେ  ସମାଧାନ ହୋଇନପାରିଲେ ଜିଲ୍ଲାପାଳଙ୍କ ସହାୟତା ନେଇ ସମସ୍ୟାର ସମାଧାନ କରି କାର୍ଯ୍ୟଗୁଡିକ ସଠିକ ସମୟରେ ସମାପନ କରନ୍ତୁ । ଡ଼ିପିଆର ପ୍ରସ୍ତୁତ କରିବା ପୂର୍ବରୁ କ୍ଷେତ୍ର ପରିଦର୍ଶନ କରି ପ୍ରକୃତ ଡ଼ିପିଆର ପ୍ରସ୍ତୁତ କରିବା ସହିତ ଯେଉଁ ଅଧିକାରୀ ମାନଙ୍କ ଦ୍ଵାରା କାର୍ଯ୍ୟ ଧାରା ବିଳମ୍ବ ହେବ ସେମାନଙ୍କୁ ଉତ୍ତରଦାୟୀ କରାଯିବ ।

ଏହି ସମୀକ୍ଷା ବୈଠକରେ ରାଜ୍ୟ ଗ୍ରାମ୍ୟ ନିର୍ମାଣ କୋଠବାଡି ଓ ସେତୁ ବିଭାଗ ଯନ୍ତ୍ରୀ ମୁଖ୍ୟ ପ୍ରଦୀପ ସାମଲ,ମୁଖ୍ୟ ଯନ୍ତ୍ରୀ ରମେଶ ଚନ୍ଦ୍ର’ ବେହେରା ଗଞ୍ଜାମ ଜିଲ୍ଲା ଗ୍ରାମ ନିର୍ମାଣ ମଣ୍ଡଳ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ପ୍ରଦୀପ କୁମାର ଜେନା , ଗଞ୍ଜାମ ଜିଲ୍ଲା ଗ୍ରାମ୍ୟ ନିର୍ମାଣ ବିଭାଜନ– ୧ ର ଅଧିକ୍ଷଣ ଯନ୍ତ୍ରୀ ନାରଣ ମୁର୍ମୁ ଏବଂ ସମ୍ପୃକ୍ତ ବିଭାଗୀୟ ଯନ୍ତ୍ରୀ ଓ ଅଧିକାରୀଗଣ ଉପସ୍ଥିତ ଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com