କ୍ରୀଡ଼ା

ଦିନିକିଆ ବୋଲିଂ ରାଙ୍କିଙ୍ଗରେ ମହମ୍ମଦ ସିରାଜ ଏକ ନମ୍ବର

   ଭୁବନେଶ୍ୱର, ୨୬/୦୧/୨୦୨୩ –  ICC ଦିନିକିଆ ରାଙ୍କିଙ୍ଗ ପ୍ରକାଶ ପାଇଛି । ଏହି ତାଲିକାରେ ମହମ୍ମଦ ସିରାଜ ଦିନିକିଆ ବୋଲିଂ ରାଙ୍କିଙ୍ଗରେ ଏକ ନମ୍ବର ସ୍ଥାନକୁ ଉଠିଛନ୍ତି । ସିରାଜ ୭୨୯ ପଏଣ୍ଟ ସହ ଏକ ନମ୍ବର ସ୍ଥାନରେ ରହିଛନ୍ତି । ତାଙ୍କ ପଛକୁ ଅଷ୍ଟ୍ରେଲିଆର ଜୋସ ହାଜେଲହୁଡ ୭୨୭ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ।

ସେହିପରି T-20ରେ ସୂର୍ଯ୍ୟକୁମାର ଯାଦବ ୧ ନମ୍ବର ବ୍ୟାଟ୍ସମ୍ୟାନ ଏବଂ ରବିନ୍ଦ୍ରୀ ଜାଡେଜା ଟେଷ୍ଟରେ ଏକ ନମ୍ବର ଅଲରାଉଣ୍ଡରର ସ୍ଥାନ ବଜାୟ ରଖିଛନ୍ତି । ସେହିଭଳି ICC ରାଙ୍କିଙ୍ଗରେ T-20 ଓ ODIରେ ଭାରତ ଶୀର୍ଷ ସ୍ଥାନରେ ରହିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com