ଅନ୍ତର୍ଜାତୀୟ

ବଂକିହାମ ପ୍ୟାଲେସରେ ରାଣୀଙ୍କ ମରଶରୀର,ସୋମବାର ହେବ ଶେଷକୃତ୍ୟ

ନୂଆଦିଲ୍ଲୀ ; ୧୪ା୯ ରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ମରଶରୀର ମଙ୍ଗଳବାର ଲଣ୍ଡନର ବକିଂହମ୍ ପ୍ୟାଲେସରେ ପହଞ୍ଚିଛି । ବ୍ରିଟେନର ସ୍ୱର୍ଗତ ରାଣୀ ଏଲିଜାବେଥଙ୍କ ମୃତଦେହ ମଙ୍ଗଳବାର ସନ୍ଧ୍ୟାରେ ସ୍କଟଲ୍ୟାଣ୍ଡରୁ ଆସି ଲଣ୍ଡନରେ ପହଞ୍ଚିଛି । ତାଙ୍କ ମୃତଦେହକୁ ଗତ ରାତିରେ ବକିଙ୍ଗହମ୍ ପ୍ୟାଲେସରେ ରଖାଯିବ । ରାଣୀଙ୍କ ମୃତଦେହକୁ  ବକିଂହାମ ପ୍ୟାଲେସର ରଖାଯିବ, ଯେଉଁଠାରେ ରୟାଲ ପରିବାରର ସଦସ୍ୟମାନେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ ।  ଯେଉଁଥିରେ ରାଣୀଙ୍କ ମୃତଦେହକୁ ବକିଂହାମ ପ୍ୟାଲେସରୁ ୱେଷ୍ଟମିନିଷ୍ଟର ପରିସରକୁ ନିଆଯିବ। ରାଣୀଙ୍କ ମୃତଦେହ ବୁଧବାର ଠାରୁ ଚାରି ଦିନ ୱେଷ୍ଟମିନିଷ୍ଟର ହଲରେ ରଖାଯିବ । ପରେ ସୋମବାର ତାଙ୍କର ଶେଷକୃତ୍ୟ ସମାପନ କରାଯିବ। ବ୍ରିଟେନର କ୍ୱିନ୍ସ ଗାର୍ଡେନ୍, ଦ ମଲ୍, ହର୍ସ ଗାର୍ଡସ ଏବଂ ହର୍ସ ଗାର୍ଡ ଆର୍କ, ହ୍ୱାଇଟ ହଲ୍, ପାର୍ଲିଆମେଣ୍ଟ ଷ୍ଟ୍ରିଟ, ପାର୍ଲିଆମେଣ୍ଟ ସ୍କୋୟାର ଏବଂ ନ୍ୟୁ ପ୍ୟାଲେସ୍ ୟାର୍ଡ ସହିତ ରାଜଧାନୀର କିଛି ପ୍ରମୁଖ ସ୍ଥାନ ଦେଇ ଶ୍ମସାନ ଘାଟକୁ ନିଆଯିବ । ସେଠରେ ଅନ୍ତିମ ସଂସ୍କାର କରାଯିବ । ୧୯ ସେପ୍ଟେମ୍ବରରେ ୱେଷ୍ଟମିନିଷ୍ଟର ଆବେରେ ରାଣୀ ଏଲିଜାବେଥ ଦ୍ୱିତୀୟଙ୍କୁ ପୂର୍ଣ୍ଣ ରାଷ୍ଟ୍ରୀୟ ସମ୍ମାନ ସହ ଅନ୍ତିମ ସଂସ୍କାର ପ୍ରକ୍ରିୟା ସମାପନ କରାଯିବ । ସ୍କଟଲାଣ୍ଡର ବାଲମୋରାଲ କ୍ୟାସେଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ଶୁକ୍ରବାର ତାଙ୍କ ପାର୍ଥିବ ଶରୀରକୁ ଲଣ୍ଡନ ଅଣାଯାଇଛି। ମହାରଣୀ ଏଲିଜାବେଥ ଦ୍ୱିତୀୟ ବ୍ରିଟେନର ସବୁଠାରୁ ଲମ୍ବା ସମୟ ଧରି ଶାସକ ରହିଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୯୬ ବର୍ଷ ବୟସ ହୋଇଥିଲା। ରାଣୀ ଏଲିଜାବେଥ ଦ୍ୱତୀୟ ୧୯୫୨ରୁ ୨୦୨୨ ଯାଏ ୭୦ ବର୍ଷ ଦେଶର ଶାସନ କ୍ଷମତା ସମ୍ଭାଳିଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com