ଓଡ଼ିଶା

ଆଜି ଶ୍ରୀଜୀଉଙ୍କ ବନକଲାଗି ନୀତି,୪ ଘଣ୍ଟା ପାଇଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ

ପୁରୀ ; ୧୪ା୯  ଆଜି ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଏଥିପାଇଁ ପ୍ରାୟ ୪ ଘଣ୍ଟା ପାଇଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ବୁଧବାର ଆଶ୍ୱିନ ମାସ କୃଷ୍ଣପକ୍ଷ ଚତୁର୍ଥୀ ତିଥିରେ ଶ୍ରୀଜୀଉଙ୍କ ଶ୍ରୀମୁଖ ଶୃଙ୍ଗାର ନୀତି ବା ବନକଲାଗି ନୀତି ଅନୁଷ୍ଠିତ ହେବ । ଏହା ଏକ ଗୁପ୍ତ ସେବା ହୋଇଥିବାରୁ ସ୍ୱତନ୍ତ୍ର ନୀତି ପାଳନ କରାଯିବ । ଦ୍ୱିତୀୟ ଭୋଗ ମଣ୍ଡପ ଶେଷ ହେବା ପରେ ଜୟ ବିଜୟ ଦ୍ୱାର ବନ୍ଦ କରାଯାଇ ଏହି ଗୁପ୍ତ ନୀତି ଆରମ୍ଭ କରାଯିବ । ବୁଧବାର ଅପରାହ୍ନ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ ଦର୍ଶନ ବନ୍ଦ ରହିବ । ବନକଲାଗି ନୀତି ମୁଖ ମଣ୍ଡଳ ଶୃଙ୍ଗାର ପ୍ରସାଦନ ପାଇଁ ପ୍ରତି ମାସରେ ପ୍ରାୟ ୨ଥର ଏହି ନୀତି ଅନୁଷ୍ଠିତ ହୋଇଥାଏ ।  ଭିତର ଉତରପଟେ ବନକଲାଗି ଘର ରହିଛି । ସେହି ଘରେ ବନକଲାଗି ରଙ୍ଗ ମିଶ୍ରଣ ହୁଏ । କସ୍ତୁରୀ, କର୍ପୂର ମିଶ୍ରଣ ଯୋଗୁ ମହାପ୍ରଭୁଙ୍କ ମୁଖମଣ୍ଡଳ ଉଜ୍ୱଳ ଦେଖାଯାଏ । ଏହି ନୀତି ସମାପାନ ପାଇଁ ପାଳିଆ ପୂଜାପଣ୍ଡା, ପାଳିଆ ଖୁଂଟିଆ,ଗରାବଡ଼ୁ, ପାଳିଆ ପୁଷ୍ପାଳକ, ଚାଙ୍ଗେଡ଼ା ମେକାପ, ମୁଦୁଲି ସେବକମାନେ ସହଯୋଗ କରିଥାନ୍ତି । ବନକଲାଗି ପରେ ମହାପ୍ରଭୁ ମହାସ୍ନାନ ହେବ । ତାପରେ ଭକ୍ତମାନେ ଦର୍ଶନ କରିପାରିବେ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜଣାପଡ଼ିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com