Featuredଜାତୀୟ

ମହାଦେବ ମନ୍ଦିରରେ ବିବାହ କଲେ ମୁସଲିମ୍ ବର-କନିଆଁ

ଭାରତ ଭ୍ରମଣରେ ଆସିଥିବା ଜଣେ ଆମେରିକୀୟ ମୁସଲିମ୍ ଦମ୍ପତିଙ୍କୁ ହିନ୍ଦୁଧର୍ମ ଏତେ ଆକର୍ଷିତ କଲା ଯେ ମହାଦେବ ମନ୍ଦିରରେ ସମ୍ପୁର୍ଣ୍ଣ ହିନ୍ଦୁ ରୀତିନୀତିରେ ବିବାହ କଲେ ଏହି ଦମ୍ପତି । ଉତ୍ତରପ୍ରଦେଶ ଜୋନପୁରର ତ୍ରିଲୋଚନ ମହାଦେବ ମନ୍ଦିରରେ ଦେଖିବାକୁ ମିଳିଛି ଏଭଳି ଘଟଣା । ଏହାପୂର୍ବରୁ ଦୁହେଁ ମୁସଲିମ୍ ବିବାହ ବା ନିକାହ୍ ମଧ୍ୟ କରିଥିଲେ । ଦମ୍ପତିଙ୍କ ବୟସ ୪୦-୪୫ ଭିତରେ ହେବ । ଦୁହେଁ ପୂର୍ବରୁ ବିବାହିତ ଏବଂ ଦୁହିଁଙ୍କ ୯ ସନ୍ତାନ ମଧ୍ୟ ରହିଛି । ତେବେ ଏହି ବିଦେଶୀ ଦମ୍ପତିଙ୍କ ବିବାହକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା ।
ମୁସଲିମ୍ ଧର୍ମାବଲମ୍ବୀ ହୋଇ କାହିଁକି ହିନ୍ଦୁ ଧର୍ମ ପ୍ରତି ଇଚ୍ଛୁକ ହେବା ନେଇ ପ୍ରଶ୍ନ କରିବାକୁ ଦମ୍ପତି କହିଲେ , ଜୀବନରେ ସବୁ ଥାଇ ବି ଆଧ୍ୟାତ୍ମିକ ଦିଗରେ ଖାଲିପଣ ଆମକୁ ବିରକ୍ତିକର ଦାମ୍ପତ୍ୟ ଦେଉଥିଲା । ଈଶ୍ୱରଙ୍କ ସାନ୍ନିଧ୍ୟ ପାଇବା ପାଇଁ ଆମେ ଭାରତ ଆସିଥିଲୁ ଏବଂ ଏଠିକାର ଆଧ୍ୟାତ୍ମିକ ଚେତନା ଏତେ ଶାନ୍ତିଦାୟକ ଥିଲା ଯେ ପୁନଶ୍ଚ ବିବାହ କରିବାକୁ ମନଶ୍ଚ କରିଥିଲୁ । ବାରାଣାସୀର ଘାଟ-ମନ୍ଦିର ବୁଲିବା ପରେ ,ହିନ୍ଦୁ ସଂସ୍କୃତିକୁ ନିକଟରୁ ଜାଣିବା ପରେ ବିବାହ କରିବାକୁ ମନ ବଳାଇଥିଲୁ ।

Related Articles

Back to top button
WP Twitter Auto Publish Powered By : XYZScripts.com