ଓଡ଼ିଶାଶିକ୍ଷାସ୍ୱାସ୍ଥ୍ୟ

ବିଜୁ ପଟ୍ଟନାୟକ ହୋମିଓପାଥିକ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ରକ୍ତଦାନ ଶିବିର ଅନୁଷ୍ଠିତ

ବ୍ରହ୍ମପୁର, ୨୨/୦୯/୨୦୨୨-  ଏନଏସଏସ ଦିବସ ଉପଲକ୍ଷେ ବ୍ରହ୍ମପୁର ବିଜୁ ପଟ୍ଟନାୟକ ହୋମିଓପାଥିକ ମେଡିକାଲ କଲେଜ ଏବଂ ହସ୍ପିଟାଲରେ  ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ରକ୍ତଦାନ ଶିବିରକୁ କଲେଜର ଅଧକ୍ଷ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି  ଉଦଘାଟନ କରିଥିଲେ । ଜରୁରୀ ଆବଶ୍ୟକତା ସମୟରେ ରୋଗୀଙ୍କ ଜୀବନ ବଞ୍ଚାଇବା ସହିତ ଦେଶରେ ରକ୍ତ ଅଭାବ ଦୂର କରିବା ଏବଂ ଛାତ୍ରଛାତ୍ରୀଙ୍କୁ ସମାଜସେବା କ୍ଷେତ୍ରରେ ଉତ୍ସାହିତ କରିବା ଏହି ଶିବିରର ମୂଳ ଲକ୍ଷ୍ୟ ହେଉ ବୋଲି ଅଧକ୍ଷ ନିଜ ବକ୍ତବ୍ୟରେ କହିଥିଲେ ।

ସେପ୍ଟେମ୍ବର ୨୪ ତାରିଖରେ ସାରା ଦେଶ ଏନଏସଏସ ଦିବସ ପାଳନ କରିବ ଏବଂ ଏହି ଉପଲକ୍ଷେ ଏକ ସପ୍ତାହ ଧରି ସେବା ସପ୍ତାହ ଭାବେ କଲେଜ ତରଫରୁ ପାଳନ କରାଯିବ । ଉକ୍ତ ଶିବିରରେ ମୋଟ 35 ୟୁନିଟ ରକ୍ତ ସଗୃହିତ ହୋଇଥିବା ବେଳେ କଲେଜର ବହୁ ବିଦ୍ୟାର୍ଥୀ ଓ କର୍ମଚାରୀ ରକ୍ତଦାନ କରିଥିଲେ । ବ୍ରହ୍ମପୁର ଏମକେସିଜି ରକ୍ତ ଭଣ୍ଡାରର ଡାକ୍ତର ସବିତା ପଲେଇ ଏବଂ କର୍ମଚାରୀମାନେ ଶିବିରରେ ଯୋଗଦେଇ ରକ୍ତ ସଂଗ୍ରହ କରିଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com