ଓଡ଼ିଶା

ଗଡ଼ଗଡ଼ିଆ ଘାଟ ଅଞ୍ଚଳ ବାଲିରେ ପୋତିବା ସମ୍ପୂର୍ଣ୍ଣ ବେଆଇନ : ଏନଜିଟି

କଟକ ଯୋବ୍ରାରୁ ଗଡ଼ଗଡ଼ିଆ ଘାଟ ମଧ୍ୟରେ ଥିବା ବାଲି ପଠା ପୋତି ଦିଆଯିବା ଘଟଣାକୁ ନେଇ ଏନଜିଟି ତୀବ୍ର ଅସନ୍ତୋଷ ପ୍ରକାଶ କରିଛି । ଏହା ଦ୍ୱାରା ପରିବେଶ ପ୍ରଦୂଷିତ ହେବା ସହ ସେହି ଅଞ୍ଚଳର ସ୍ୱତନ୍ତ୍ର ଜୈବ ମଣ୍ଡଳ ପ୍ରଭାବିତ ହୋଇଛି । ଏହା ସମ୍ପୂର୍ଣ ବେଆଇନ ବୋଲି କମିଟି ତା ରିପୋର୍ଟରେ ଉଲ୍ଲେଖ କରିଥିଲେ । ଏନଜିଟି ଏହି ଘଟଣାରେ ଏତେ ଅଧିକ ବିରକ୍ତ ହୋଇଛି ଯେ , ସମ୍ପୃକ୍ତ ଅଞ୍ଚଳରେ ଏଥର ବାଲି ଯାତ୍ରା କରାଇବାକୁ ସ୍ପଷ୍ଟ ମନା କରି ଦେଇଛି । ଏଣୁ ଏଥର ବାଲି ଯାତ୍ରା ୩୪ ଏକର ଅଞ୍ଚଳ ମଧ୍ୟରେ ସୀମିତ ରହିବ । ଏହାକୁ ଅଧିକ ସଂମ୍ପ୍ରସାରିତ କରିବାକୁ ହେଲେ ଆବଶ୍ୟକ ହେବ ଅନୁମତି । ଏହା ସହ ହାଡିଆପଠା ସଂଲଗ୍ନ ଅଞ୍ଚଳରେ କୌଣସି ନିର୍ମାଣ କାମ ହୋଇପାରିବ ନାହିଁ । ମହାନଦୀ ପଠାକୁ ବ୍ୟବସାୟିକ କାର୍ଯ୍ୟରେ ଲଗାଯାଇପାରିବ ନାହିଁ ବୋଲି ଏନଜିଟି ନିର୍ଦ୍ଦେଶ ଦେଇଛନ୍ତି । ପୂର୍ବରୁ ଅଧିକ ଜାଗାରେ ବାଲିଯାତ୍ରା କରିବାକୁ କଟକ ପ୍ରଶାସନ ଚିନ୍ତା କରୁଥିଲା । କିନ୍ତୁ ଏପରି କରିବାକୁ ଏନ୍‌ଜିଟି ଅମଙ୍ଗ ହୋଇଛନ୍ତି । ଏପିରିକି କିଛି ମାସ ତଳେ ଏନଜିଟିଙ୍କ ଦ୍ଵାରା ନିଯୁକ୍ତ ଏକ ବିଶେଷଜ୍ଞ କମିଟି କଟକର ବିଭିନ୍ନ ସ୍ଥାନ ବୁଲି ମହାନଦୀର ସ୍ଥିତି ଅନୁଧ୍ୟାନ କରିଥିଲେ । ଯୋବ୍ରା ଠାରୁ ଗଡଗଡିଆ ଘାଟ ଭିତରେ ଥିବା ୪୨୬ ଏକର ପରିମିତ ପଠାକୁ ବିଶେଷଜ୍ଞ କମିଟି ବିଶେଷ ଭାବେ ଅନୁଧ୍ୟାନ କରିଥିଲା । ପ୍ରକଳ୍ପ ଲାଗି ଚିହ୍ନଟ ସମ୍ପୂର୍ଣ୍ଣ ୪୬୨ ଏକର ଜମି ଉପରେ ହୋଇପାରିବ ନାହିଁ କୌଣସି ପ୍ରକାର କଂକ୍ରିଟ କାମ । ଏପରିକି ଫ୍ଲଡ଼୍ ପ୍ଲେନ ଜୋନ୍ ଅଞ୍ଚଳରେ ବିକାଶ ଲାଗି ସରକାରଙ୍କ ମାଷ୍ଟର ପ୍ଲାନ ବି ଗ୍ରହଣୀୟ ନୁହେଁ ବୋଲି ଏନଜିଟି ସ୍ପଷ୍ଟ କରିଛି । ବଳକା ଜମିରେ ଜଙ୍ଗଲ ଓ ବାୟୋଲଜିକାଲ ପାର୍କ ର୍ନିମାଣ ହେବ । ଏହାର ଦୁଇ ତୃତୀୟାଂଶ ଜମିରେ ଘଞ୍ଚ ଜଙ୍ଗଲ ସୃଷ୍ଟି କରାଯିବ । ଏଥିଲାଗି ଏହି ଅଞ୍ଚଳକୁ ଚିହ୍ନଟ କରି ଜଙ୍ଗଲ ବିଭାଗକୁ ହସ୍ତାନ୍ତର ଲାଗି ଏନଜିଟି ନିର୍ଦ୍ଦେଶ ଦେଇଛନ୍ତି । ବଳକା ଏକ ତୃତୀୟାଂଶ ଅଞ୍ଚଳରେ ବିନା ସ୍ଥାୟୀ କିମ୍ବା ଅସ୍ଥାୟୀ ର୍ନିମାଣରେ ପାର୍କ ଓ ଖେଳପଡ଼ିଆ ତିଆରି ହୋଇପାରିବ । ସେହିପରି ବାଲି ଭର୍ତ୍ତି ଯୋଗୁ ବନ୍ୟା ଆଶଙ୍କା ଥିବା କଟକ ଆଖପାଖ ଅଞ୍ଚଳର ୩୮ ଗାଁର ନିରାପତ୍ତା ନେଇ ସରକାର ଆବଶ୍ୟକୀୟ ପଦକ୍ଷେପ ନିଅନ୍ତୁ ବୋଲି ଏନଜିଟି ରାୟରେ ନିର୍ଦ୍ଦେଶ ଦେଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com