କ୍ରୀଡ଼ା

ଡିସେମ୍ବର ମାସରେ ଆଇପିଏଲ ୨୦୨୩ ପାଇଁ ହୋଇପାରେ ନିଲାମୀ

ନୂଆଦିଲ୍ଲୀ, ୨୩/୦୯/୨୦୨୨-  ଟି-୨୦ ଫର୍ମାଟର ଲୋକପ୍ରିୟ  ଆଇପିଏଲ ଟୁର୍ଣ୍ଣାମେଣ୍ଟକୁ ନେଇ ବଡ ଖବର ।  ଆସନ୍ତା ଡିସେମ୍ବର ମାସରେ ଆଇପିଏଲ ୨୦୨୩ ପାଇଁ ନିଲାମୀ ହୋଇପାରେ । ଡିସେମ୍ବର ମାସର ଦ୍ୱିତୀୟ କିମ୍ବା ତୃତୀୟ ସପ୍ତାହ ବିଶେଷକରି ଡିସେମ୍ବର ୧୬ରେ ବିସିସିଆଇ  ମିନି ନିଲାମୀ କରିପାରେ  ବୋଲି ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି ।

ନିଲାମୀ ପାଇଁ ପ୍ରତି ଦଳ ପାଖରେ ୯୫ କୋଟି ଟଙ୍କା ରହିବ । ଯଦି କୌଣସି ଖେଳାଳି ଦଳ ଛାଡି ଯାଇଥାନ୍ତି ତେବେ ସେହି ହିସାବରେ ଦଳର ମୂଲ୍ୟ ବୃଦ୍ଧି ପାଇବ । ଗତବର୍ଷ ତୁଳନାରେ ଚଳିତବର୍ଷ ଟିମର ପର୍ସରେ ୫ କୋଟି ଟଙ୍କା ଅଧିକ ଦିଆଯାଇଛି । ନିଲାମୀ କେଉଁଠି କରାଯିବ ତାହାର ସ୍ଥାନ ଏଯାଏଁ ସ୍ଥିର ହୋଇନାହିଁ ।

Related Articles

Back to top button
WP Twitter Auto Publish Powered By : XYZScripts.com