ଐତିହ୍ୟ ଓ ସଂସ୍କୃତି

ପୁରୁଷୋତ୍ତମପୁର ଏନଏସିରେ ସ୍ୱାଧୀନତାର ଉଚ୍ଛlସର ପ୍ରତିଯୋଗିତାରେ କୃତିତ୍ୱଙ୍କୁ ପୁରସ୍କାର ବିତରଣ

ପୁରୁଷୋତ୍ତମପୁର, ୨୪/୦୯/୨୦୨୨ –    ୭୫ ତମ ସ୍ୱାଧୀନତା ଦିବସର ଆଜାଦକି ଅମୃତ ମହୋତ୍ସବ ପାଳନ ଅବସରରେ ପୁରୁଷୋତ୍ତମପୁର ଏନଏସି କପଳେଶ୍ୱର ମନ୍ଦିର ନିକଟସ୍ଥ ମିଶନ ଶକ୍ତି ଗୃହ ପରିସରେ ସ୍ୱାଧୀନତାର ଉଚ୍ଛlସର ଏକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ଏହି ବିଭିନ୍ନ ପ୍ରତିଯୋଗୀ ତଥା ରଙ୍ଗୋଲି ଚିତ୍ର ଅଙ୍କନ, ଅଙ୍କନ, ନୃତ୍ୟ, ସଂଗୀତ, ମି୍ୟୁଜିକ ଚେୟାର ପ୍ରତିଯୋଗି ଅନୁଷ୍ଠିତ ହୋଇଥିଲା l

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଏନଏସି ଅଧକ୍ଷା ପ୍ରିୟଙ୍କା ଗୌଡ଼, ସମ୍ମାନିତ ଅତିଥିଭାବେ ଉପାଧକ୍ଷ କୃଷ୍ଣ ଚନ୍ଦ୍ର ପଣ୍ଡା, କାର୍ଯ୍ୟନିର୍ବାହୀ ଅଧିକାରୀ ସୌମ୍ୟ ରଞ୍ଜନ ମିଶ୍ର, କାଉନସିଲର ଅଶୋକ କୁମାର ମହାଙ୍କୁଡ, ଭାସ୍କର ବେହେରା, ବିପ୍ର ଚରଣ ବେହେରା, ପ୍ରମୁଖ ଉପସ୍ଥିତ ରହି କୃତିତ୍ୱ ଲାଭ କରିଥିବା ପ୍ରତିଯୋଗିତାଙ୍କୁ ପୁରସ୍କୃତ କରିଥିଲେ l ସିଟି ମିଶନ ପରିଚାଳକ ସ୍ମୃତି ରଞ୍ଜନ ଷଡ଼ଙ୍ଗୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ l ଏନଏସିର ଅନ୍ୟ କର୍ମଚାରୀ ରାକେଶ କୁମାର ସ୍ୱାଇଁ, ପିଣ୍ଟୁ ପାତ୍ର, ସତୀଶ କୁମାର ପାଣିଗ୍ରାହୀ, ଜଳ ସାଥି, ସ୍ୱଚ୍ଛ ସାଥି, ଅଙ୍ଗନବାଡି, ଏସ୍ଏଚଜି ଗ୍ରୁପ ମହିଳା ମାନେ ପ୍ରମୁଖ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ l

Related Articles

Back to top button
WP Twitter Auto Publish Powered By : XYZScripts.com