ଅନ୍ୟାନ୍ୟ

ଦୁଷ୍କର୍ମକାରୀଙ୍କୁ ଆଉ ମିଳିବନି ଆଗୁଆ ଜାମିନ

ଉତ୍ତରପ୍ରଦେଶ, ୨୪/୦୯/୨୦୨୨-  ଆଉ ମିଳିବନି ଦୁଷ୍କର୍ମକାରୀଙ୍କୁ ଆଗୁଆ ଜାମିନ । ଉତ୍ତରପ୍ରଦେଶ ବିଧାନସଭାରେ ପାରିତ ହୋଇଛି ଦଣ୍ଡ ପ୍ରକ୍ରିୟା ସଂହିତା ବିଧେୟକ-୨୦୨୨ । ଉତ୍ତରପ୍ରଦେଶରେ ନିର୍ଯାତିତ ମହିଳାଙ୍କୁ ନ୍ୟାୟ ଦେବା ଉଦ୍ଦେଶ୍ୟରେ ଯୋଗୀ ଆଦିତ୍ୟନାଥ ସରକାର ଏଭଳି ଐତିହାସିକ ବିଲ୍ ପାରିତ କରାଇଛନ୍ତି ।

ବହୁ କ୍ଷେତ୍ରରେ ଦୁଷ୍କର୍ମ ଅଭିଯୁକ୍ତ ଆଗୁଆ ଜାମିନ୍ ନେଇ ଘଟଣାର ପ୍ରମାଣ ନଷ୍ଟ କରିବାକୁ ସମର୍ଥ ହେଉଛନ୍ତି । ତାହାକୁ ରୋକିବାପାଇଁ ଏଭଳି କଡା ଆଇନ ଅଣାଯାଇଛି । ଆହୁରି ମଧ୍ୟ ମୃତ୍ୟୁ କ୍ଷେତ୍ରରେ ଟ୍ରିବ୍ୟୁନାଲକୁ ସର୍ବନିମ୍ନ ୫ ଲକ୍ଷ ଟଙ୍କା ଏବଂ ସ୍ଥାୟୀ ଅକ୍ଷମତା କ୍ଷେତ୍ରରେ ୧ ଲକ୍ଷ ଟଙ୍କା ଦଣ୍ଡ କ୍ଷମତା ଦିଆଯିବ ବୋଲି ବ୍ୟବସ୍ଥା କରାଯାଇଛି । ଏ କ୍ଷେତ୍ରରେ ଟ୍ରିବ୍ୟୁନାଲ ଅଧିକ ପରିମାଣର ଦଣ୍ଡ ନିଷ୍ପତ୍ତି ନେଇପାରିବେ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ ସୁରେଶ କୁମାର ଖାନ୍ନା କହିଛନ୍ତି । ଏହି ଧାରାରେ ଦୁଷ୍କର୍ମ ଅଭିଯୁକ୍ତଙ୍କୁ ଅଗ୍ରୀମ ଜାମିନ୍ ଦେବାକୁ ଉଚ୍ଚ ନ୍ୟାୟାଳୟ କିମ୍ବା କୌଣସି ନିମ୍ନ ଅଦାଲତର କ୍ଷମତା ବାବଦରେ ମଧ୍ୟ ସ୍ପଷ୍ଟ ନିର୍ଦ୍ଦେଶନାମା ରହିଛି ।

କେବଳ ଏତିକି ନୁହେଁ ଏହି ବିଲ ଗୃହିତ ହେଲେ ମହିଳା ଏବଂ ଝିଅମାନଙ୍କ ବିରୋଧରେ ଅପରାଧ ପ୍ରତି ଜିରୋ ଟଲେରାନ୍ସ ନୀତି ଗ୍ରହଣ, ଯୌନ ଅପରାଧରେ ଜୈବିକ ପ୍ରମାଣର ନମୂନା ଶୀଘ୍ର ସଂଗ୍ରହ କରିବା, ଜୈବିକ ପ୍ରମାଣର ସାକ୍ଷୀକୁ ନଷ୍ଟ କରିବା କାର୍ଯ୍ୟକୁ ରୋକିବା, ପ୍ରମାଣ ନଷ୍ଟ ସମ୍ଭାବନାକୁ ହ୍ରାସ କରିବା ଏବଂ ଅଭିଯୁକ୍ତଙ୍କ ମଧ୍ୟରେ ଭୟ ସୃଷ୍ଟି କରିବା ସହ ପୀଡିତା କିମ୍ବା ସାକ୍ଷୀଙ୍କୁ ସାକ୍ଷ୍ୟ ବଦଳାଇବାକୁ ବାଧ୍ୟ କରାଯିବା କାର୍ଯ୍ୟକୁ ରୋକାଯାଇପାରିବ ।

Related Articles

Back to top button
WP Twitter Auto Publish Powered By : XYZScripts.com