ଜୀବନଶୈଳୀ

ଶିଶୁ ମୃତ୍ୟୁ କ୍ଷେତ୍ରରେ ଓଡିଶା ଆଗରେ

ଭୁବନେଶ୍ୱର, ୨୪/୦୯/୨୦୨୨-  ପ୍ରତି ହଜାରରେ ରାଜ୍ୟରେ ୩୦ ନବଜାତ ଶିଶୁ ମୃତ୍ୟୁମୁଖରେ ପଡୁଛନ୍ତି । ଦେଶରେ ଅନ୍ୟାନ ରାଜ୍ୟ ତୁଳନାରେ ଏହା ସର୍ବାଧିକ । ନବଜାତ ଶିଶୁଙ୍କ ଏଭଳି ଅକାଳ ବିୟୋଗ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି ।

ରେଜିଷ୍ଟର ଜେନେରାଲ ଅଫ ଇଣ୍ଡିଆ ପକ୍ଷରୁ ପ୍ରକାଶିତ ସାମ୍ପଲ ରେଜିଷ୍ଟ୍ରେସନ ରିପୋର୍ଟରୁ ଏଭଳି ବିଚଳିତ କଲା ଭଳି ତଥ୍ୟ ସାମ୍ନାକୁ ଆସିଛି । ଗର୍ଭାବସ୍ଥାର ୨୮ସପ୍ତାହରୁ ନେଇ ଜନ୍ମର ମାସକ ଭିତରେ ଓଡ଼ିଶାରୁ ସର୍ବାଧିକ ଶିଶୁଙ୍କର ମୃତ୍ୟୁ ହୋଇଛି । ପ୍ରତି ହଜାରେରୁ ୩୦ ଶିଶୁ ଜନ୍ମର ମାସକ ଭିତରେ ଆଖି ବୁଜୁଛନ୍ତି । ୨୦୧୮ରୁ ୨୦୨୦ ଭିତରେ ଏସଆରଏସ ପାଇଁ ନମୁନା ସଂଗ୍ରହ କରାଯାଇଥିଲା । ଏହି ରିପୋର୍ଟ କହୁଛି ଓଡ଼ିଶାରେ ପେରିନାଟାଲ ଶିଶୁ ମୃତ୍ୟୁ ହାର ୩୦% ରହିଛି । ଗ୍ରାମାଂଚଳରେ ଏହି ହାର ୩୨ ରହିଥିବା ବେଳେ ସହରାଞ୍ଚଳରେ ୨୦ ରହିଛି । ଅର୍ଥାତ ପ୍ରତି ହଜାରେ ଶିଶୁରେ ୩୦ଜଣ ଶିଶୁଙ୍କର ମୃତ୍ୟୁ ହେଉଛି । ଜାତୀୟ ସ୍ତରରେ ଏହି ହାର ୧୮% ରହିଛି । ମଧ୍ୟପ୍ରଦେଶରେ ୨୮%, ଛତିଶଗଡରେ ୨୬% ଓ ଉତ୍ତର ପ୍ରଦେଶରେ ୨୪%ରହିଛି । ଦିଲ୍ଲୀରେ ସବୁଠାରୁ କମ୍ ୬% ରହିଛି ।

ବିହାର, ଆସାମ, ଉତ୍ତର ପ୍ରଦେଶ ଓ ଛତିଶଗଡଠାରୁ ମଧ୍ୟ ଓଡ଼ିଶାର ଏହି ମୃତ୍ୟୁ ହାର ବହୁ ଉପରେ ରହିଛି । ବ୍ୟାପକ ସଚେତନତା ପରେ ମଧ୍ୟ କାହିଁକି ଏତେ ନବଜାତ ଶିଶୁଙ୍କ ମୃତ୍ୟୁ ହେଉଛି କାରଣ ଖୋଜିବାକୁ ତର୍ଜମା ଆରମ୍ଭ ହୋଇଛି । ଗର୍ଭାବସ୍ଥା ସମୟରେ ମାର ପୋଷକ ଖାଦ୍ୟ ଅଭାବ ଏହାର ମୁଖ୍ୟ କାରଣ ବୋଲି ପ୍ରାରମ୍ଭିକ ଅନୁସନ୍ଧାନରୁ ଜଣାପଡିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com