ବାଣିଜ୍ୟ

କେନ୍ଦ୍ର ସରକାରଙ୍କୁ କଡା ସମାଲୋଚନା କଂଗ୍ରେସ ନେତା ଦିଗବିଜୟ ସିଂହ

ଗ୍ୱାଲିୟର, ୨୫/୦୯/୨୦୨୨-  ଦେଶରେ ଏକଛତ୍ରବାଦ ଶାସନ ଚାଲିଛି । ଗଣତନ୍ତ୍ର କ୍ଷୟ ହେଉଛି । ନୋଟ ବନ୍ଦୀ ଦେଶରେ ଗରିବଙ୍କୁ ଆହୁରି ଗରିବ କରିଥିଲା । ମୋଦି ସରକାରଙ୍କ ଶାସନରେ ଦେଶରେ ମଧ୍ୟବିତ୍ତ ଶ୍ରେଣୀର ଲୋକେ ଦାରିଦ୍ର‌୍ୟ ସୀମାରେଖା ତଳକୁ ଖସି ଚାଲିଥିଲାବେଳେ ୧୦୦ ପରିବାରଙ୍କ ଆମଦାନୀ ଚାରିଗୁଣା ହୋଇଛି । ଭାରତୀୟ ସମ୍ବିଧାନରେ ସବୁ ଲୋକଙ୍କୁ ସେମାନଙ୍କ ଧର୍ମର ପାଳନ ଲାଗି ଅଧିକାର ଦିଆଯାଇଛି, କିନ୍ତୁ ଏବେ ବାଛି ବାଛି କିଛି ଲୋକଙ୍କ ଉପରେ ମୋକଦ୍ଦମା ରୁଜୁ କରାଯାଉଛି । ଦେଶରେ ହାତଗଣତି ଲୋକଙ୍କ ଲାଗି ଆଇନ ତିଆରି ହେଉଛି । ଇଡି, ସିବିଆଇ ଓ ଆଇବିକୁ ସରକାର ଅସ୍ତ୍ର ଭଳି ଉପଯୋଗ କରୁଛନ୍ତି । ଏପରି କହି କେନ୍ଦ୍ର ସରକାରଙ୍କୁ କଡା ସମାଲୋଚନା କରିଛନ୍ତି ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂହ ।

ଶନିବାର ଗ୍ୱାଲିୟରରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ସେ କହିଛନ୍ତି ଯେ କେନ୍ଦ୍ର ମୋଦି ସରକାର ଉଦ୍ୟୋଗପତିଙ୍କୁ ଶୁଳ୍କ ରିହାତି ଦେଇ ଗରିବ ଗୁରୁବାଙ୍କ କାନ୍ଧରେ ଦେଶର ଶୁଳ୍କ ବୋଝ ଲଦି ଦେଇଛନ୍ତି । ଦିଗବିଜୟ ଆହୁରି ମଧ୍ୟ କହିଛନ୍ତି ଯେ ମୋଦିଙ୍କ ସରକାର ଆସିବା ଦିନଠୁ ଦେଶରେ ମୂଲ୍ୟବୃଦ୍ଧି, ଟିକସ ଏବଂ ରାଜସ୍ୱ ବୃଦ୍ଧି କରାଯାଇଛିି । ମୋଦି ସରକାରଙ୍କ ଅର୍ଥନୀତିରେ ପୁଞ୍ଜିପତିଙ୍କୁ କମ୍ ଶୁଳ୍କ ଲାଗୁଥିବା ବେଳେ ସାଧାରଣ ବର୍ଗଙ୍କ ଉପରେ ଅଧିକ ଶୁଳ୍କ ଲାଗୁ ହେଉଛି। ପୁଞ୍ଜିପତିଙ୍କୁ ଦେଶରେ ୨୨ ପ୍ରତିଶତ ଶୁଳ୍କ ପଡୁଥିବା ବେଳେ ସାଧାରଣ ଜନତାଙ୍କୁ ୩୦ ପ୍ରତିଶତ ଶୁଳ୍କ ଦେବାକୁ ପଡୁଛି ।

ସେହିପରି କଂଗ୍ରେସର ଚାଲିଥିବା ଭାରତ ଯୋଡୋ ଯାତ୍ରାରେ ଅନେକ ଲୋକ ନିଜକୁ ନିଜେ ସମ୍ପୃକ୍ତ କରୁଥିବା ଦିଗବିଜୟ କହିଥିବା ବେଳେ ନଭେମ୍ବର ୨୦ରୁ ୨୪ ତାରିଖ ମଧ୍ୟରେ ଯାତ୍ରା ମଧ୍ୟପ୍ରଦେଶ ଅତିକ୍ରମ କରିବ ବୋଲି କହିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com