Featuredଅନ୍ତର୍ଜାତୀୟଜାତୀୟ

ଯୁଦ୍ଧ ବନ୍ଦ କରିବାକୁ ପୁଣି ଜାତିସଂଘରେ ନିଜର ମତ ସ୍ପଷ୍ଟ କଲା ଭାରତ

ଯୁଦ୍ଧ ବନ୍ଦ କରିବାକୁ ପୁଣି ଜାତିସଂଘରେ ନିଜର ମତ ସ୍ପଷ୍ଟ କଲା ଭାରତ । ଶନିବାର ଜାତିସଂଘର ସାଧାରଣ ବୈଠକରେ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର କହିଛନ୍ତି, ଋଷ-ୟୁକ୍ରେନ ଯୁଦ୍ଧକୁ ନେଇ ଆମକୁ ସବୁବେଳେ ତୁମେ କେଉଁ ପକ୍ଷର ବୋଲି ପଚରାଯାଉଛି । ଆମର ସର୍ବଦା ଉତର ହେଉଛି ଆମେ ଶାନ୍ତି ଚାହୁଁଛୁ । କଥାବାର୍ତା ମାଧ୍ୟମରେ ଯୁଦ୍ଧ ବନ୍ଦ କରିବାକୁ ଭାରତ କହିଛି ।  ଜାତିସଂଘ ନିୟମକୁ ଭାରତ ସବୁବେଳେ ସମ୍ମାନ ଦେଇଆସିଛି, ଏହି ନିୟମ ଅନୁଯାୟୀ କାର୍ଯ୍ୟ ହେଉ ବୋଲି କହିଛନ୍ତି ଭାରତର ବୈଦେଶିକ ମନ୍ତ୍ରୀ । ନିକଟରେ ଋଷ ରାଷ୍ଟ୍ରପତି ଭ୍ଲାଦମିର ପୁଟିନଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଏବେ ସମୟ ଯୁଦ୍ଧର ନୁହେଁ । ଯାହାକୁ ପାଶ୍ଚାତ୍ୟ ଦେଶର ନେତାମାନେ ପ୍ରସଂଶା କରିଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com