Featuredଅନ୍ତର୍ଜାତୀୟଜାତୀୟ

ଭାରତକୁ ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟ କରାଯାଉ : ରୁଷ

ଭାରତ ସହ ସୁସମ୍ପର୍କର ଆଉ ଏକ ପ୍ରମାଣ ଦେଇଛି ରୁଷ । ଜାତିସଂଘରେ ଭାରତକୁ ସ୍ଥାୟୀ ସଦସ୍ୟ କରିବାକୁ ପୁଣିଥରେ ଦାବି ରଖିଛନ୍ତି ଋଷ ବିଦେଶ ମନ୍ତ୍ରୀ ସର୍ଗେଈ ଲାବରୋବ୍ । ଆଫ୍ରିକା, ଏସୀୟା, ଓ ଲାଟିନ ଆମେରିକା ଦେଶ ଗୁଡିକର ପ୍ରତିନିଧିତ୍ୱ ମାଧ୍ୟମରେ ସୁରକ୍ଷା ପରିଷଦକୁ ଅଧିକ ଲୋକତାନ୍ତ୍ରୀକ କରାଯାଇପାରିବ । ତେଣୁ ଭାରତ ଓ ବ୍ରାଜିଲକୁ ଜାତିସଂଘ ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟ କରାଯିବା ଉଚିତ ବୋଲି ସର୍ଗେଇ କହିଛନ୍ତି । ଋଷ ପୂର୍ବରୁ ଆମେରିକା ମଧ୍ୟ ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟ ବନାଇବା ପାଇଁ ଭାରତକୁ ସମର୍ଥନ ଦେଇଥିଲା। ବାଇଡେନ୍ ଭାରତ ସହିତ ଜାପାନ ଓ ଜର୍ମାନୀକୁ ସ୍ଥାୟୀ ସଦସ୍ୟତା ଦେବା କଥା କହିଥିଲେ। ଜାତିସଂଘର ସାଧାରଣ ସଭାରେ ଯୋଗ ଦେଇ ସୁରକ୍ଷା ପରିଷଦରେ ସୁଧାର ଆଣିବା ଦିଗକୁ ଗୁରୁତ୍ୱ ଦେଇ ଏପରି କହିଥିଲେ ଆମେରିକା ରାଷ୍ଟ୍ରପତି ବାଇଡେନ୍।

Related Articles

Back to top button
WP Twitter Auto Publish Powered By : XYZScripts.com